ସୁସାନେଙ୍କ ମାତୃ ଦିବସରେ ହ୍ରିତିକ୍‌ଙ୍କ କମେଣ୍ଟ

ମାତୃ ଦିବସରେ ହ୍ରିତିକ୍‌ ରୋସନଙ୍କ ପୂର୍ବତନ ପତ୍ନୀ ସୁ‌ସାନେ ଖାନ୍‌ ନିଜ ଦୁଇ ପିଲାଙ୍କ ସହ ଏକ ପୁରୁଣା ଫଟୋ ସେୟାର କରିଛନ୍ତି। ଏଥିସହ ନିଜ ମା’ ଜରିନ୍‌ ଖାନ୍‌ଙ୍କ ସହ ମଧ୍ୟ ଏକ ଫଟୋ ଛାଡ଼ିଛନ୍ତି। ସୁସାନେ ଫଟୋରେ ଲେଖିଛନ୍ତି, ବିଶ୍ବର ସବୁଠୁ ସୁଖୀ ମା’ ହୋଇଥିବାରୁ ତୁମକୁ ବହୁତ ଧନ୍ୟବାଦ। ମୁଁ ତୁମ ପାଇଁ ଓ ସମସ୍ତ ମା’ମାନଙ୍କୁ ତାଳି ମାରି ଶୁଭେଚ୍ଛା ଜଣାଉଛି। ସେ ଏକଥା ବି ଲେଖିଛନ୍ତି, ସବୁଦିନ ମାତୃଦିବସ। ଏଥିସହ ନିଜ ଦୁଇ ପିଲାଙ୍କ ଯୋଗୁଁ ତାଙ୍କ ଜୀବନ ପ୍ରତିଟି ମୁହୂର୍ତ ଖୁସିମୟ ହୋଇପାରିଥିବାରୁ ନିଜର ମାତୃତ୍ବକୁ ନେଇ ଗର୍ବ କରିଛନ୍ତି। ହ୍ରିତିକ୍‌ ନିଜ ପ୍ରତିକ୍ରିୟାରେ ‘ସ୍ବିଟ୍’ ବୋଲି ଉଲ୍ଲେଖ କରିଛନ୍ତି। ଟ୍ବିଙ୍କିଲ ଖାନ୍ନା ମଧ୍ୟ ‘ସୋ କ୍ୟୁଟ୍‌’ ବୋଲି ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର