ସୁଶାନ୍ତଙ୍କ ମୃ୍ତ୍ୟୁ ମାମଲା: ଷ୍ଟାଟସ ରିପୋର୍ଟ ପାଇଁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଆଜି ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏହି ଆବେଦନ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୧୯ ତାରିଖରୁ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯାଇଥିଲା। ଏ ଭିତରେ ୪ ମାସ ବିତିଯାଇଥିଲେ ବି ସିବିଆଇ ତଦନ୍ତ ଶେଷ କରିନାହିଁ। ସୁଶାନ୍ତଙ୍କ ପରିବାର ସଦସ୍ୟ, ଶୁଭେଚ୍ଛୁ ଓ ପ୍ରଶଂସକମାନେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ଅପେକ୍ଷା କରି ରହିଥିବା ବେଳେ ଏନେଇ କୌଣସି ଉତ୍ତର ସିବିଆଇ ପକ୍ଷରୁ ମିଳିନାହିଁ। ସିବିଆଇ ଦାୟିତ୍ବହୀନ ଭାବେ ଏହାର ତଦନ୍ତ କରୁଥିବା ବେଳେ ଅକାରଣେ ତଦନ୍ତରେ ବିଳମ୍ବ କରୁଛି। ଏଣୁ ଏଥିରେ କୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ଆବେଦନକାରୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର