ବିଗୁଡ଼ୁଛି ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା

ଦିଗ୍‌ଗଜ ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେଧୀରେ ବିଗିଡ଼ିବାରେ ଲାଗିଛି। ସେ ଏବେ ଦୁର୍ବଳ ହୋଇଯାଇଥିବା ବେଳେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି କମ୍‌ ରହିଛି। ‌ଏଣୁ ଦିଲ୍ଲୀପଙ୍କ ପାଇଁ ପ୍ରାର୍ଥନା କରିବାକୁ ପତ୍ନୀ ତଥା ପ୍ରଖ୍ୟାତ ଅଭିନେତ୍ରୀ ସାଇରା ବାନୋ ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି। ଏକ ସାକ୍ଷାତକାରରେ ସାଇରା ଦିଲ୍ଲୀପଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଆଲୋଚନା କରି ଏହା କହିଛନ୍ତି।

ସାଇରା କହିଛନ୍ତି, ଦିଲ୍ଲୀପ ସାହେବ ଏତେ ଦୁର୍ବଳ ହୋଇଯାଇଛନ୍ତି ଯେ, ସେ ଅନେକ ଥର ହଲ୍‌ ପର୍ଯ୍ୟନ୍ତ ଆସନ୍ତି କିନ୍ତୁ ଦୁର୍ବଳତା ଯୋଗୁଁ ପୁଣି ନିଜ ‌କୋଠରୀକୁ ଫେରି ଯାଆନ୍ତି। ଏଣୁ ତାଙ୍କ ସ୍ବାସ୍ଥ୍ୟ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ। ଏ ପର୍ଯ୍ୟନ୍ତର ପ୍ରତିଟି ଦିନ ପାଇଁ ଆମେ ଭଗବାନଙ୍କ ନିକଟରେ କୃତଜ୍ଞ। ପ୍ରକାଶଯୋଗ୍ୟ, ବିଗତ ଦିନର ଏହି ଦୁଇ ସୁପରଷ୍ଟାର ୧୯୬୬ ମସିହାରେ ବିବାହ କରିଥିଲେ। ବିବାହଠାରୁ ଆଜି ପର୍ଯ୍ୟନ୍ତ ସାଇରା, ଦିଲ୍ଲୀପଙ୍କର ଦେଖାଶୁଣା ଜଣେ ମା’ ଭଳି କରିଆସୁଛନ୍ତି।

ସମ୍ବନ୍ଧିତ ଖବର