ପରଦାରେ ବାରମ୍ବାର ମୃତ୍ୟୁବରଣ କରୁଥିବାରୁ ଅସନ୍ତୋଷ ପ୍ରକାଶ କରିଥିବା ପ୍ରଶଂସକଙ୍କୁ ଏପରି କହି ବୁଝାଇଥିଲେ ସୁଶାନ୍ତ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ସୋସିଆଲ୍‌ ମିଡିଆରେ ତାଙ୍କର ଅନେକ ପୁରୁଣା ପୋଷ୍ଟ୍‌ ସବୁ ଭାଇରାଲ୍‌ ହେବାରେ ଲାଗିଛି। ନିକଟରେ ସୁଶାନ୍ତଙ୍କର ଏପରି ଏକ ପୋଷ୍ଟ୍‌ ଭାଇରାଲ୍‌ ହୋଇଛି ଯେଉଁଥିରେ କି ‌ସେ ତାଙ୍କର ଜଣେ ପ୍ରଶଂସକଙ୍କୁ ତାଙ୍କ ଫିଲ୍ମ ଦେଖିବା ପାଇଁ ଅନୁରୋଧ କରୁଥିବାର ଦେଖିବାକୁ ମିଳିଛି।

ଅଧିକାଂଶ ଚଳଚ୍ଚିତ୍ରରେ ସୁଶାନ୍ତଙ୍କର ମୃତ୍ୟୁ ଘଟୁଥିବା କାରଣରୁ ଜଣେ ପ୍ରଶଂସକ ନିଜର ଅସନ୍ତୋଷ ବ୍ୟକ୍ତ କରି ଲେଖିଛନ୍ତି, ‘ଓ, ତୁମେ ଏହି ଚଳଚ୍ଚିତ୍ରରେ ମରୁଛ ନା?ମୁଁ ଏହାକୁ ଆଦୌ ବି ଦେଖିବି ନାହିଁ। ସେହି କାରଣରୁ ମୁଁ ତୁ‌ମ ଚଳଚ୍ଚିତ୍ର ଦେଖେ ନାହିଁ। ତୁମେ ସିନେ ଇଣ୍ଡଷ୍ଟ୍ରିର୍‌ ହୃତ୍‌ପିଣ୍ଡ ସଦୃଶ। ସମସ୍ତେ ଚାହାନ୍ତି ତୁମେ ଦୀର୍ଘଜୀବୀ ହୁଅ।’

zoomtv

ଏହାର ଉତ୍ତରରେ ସୁଶାନ୍ତ ଲେଖିଥିଲେ, ‘ଆରେ, ମାତ୍ର ଯଦି ତୁମେ ମୋ ଫିଲ୍ମ ଦେଖିବ ତା’ହେଲେ ମୋତେ ବଲିଉଡ୍‌ରୁ କେହି ଫୋପାଡି ପାରିବେ ନାହିଁ। ମୋର କେହି ଗଡ୍‌ଫାଦର୍‌ ନାହାନ୍ତି। ମୁଁ ମୋର ପ୍ରଶଂସକମାନଙ୍କୁ ହିଁ ଗଡ୍‌ ଓ ତାଙ୍କୁ ହିଁ ଫାଦର୍‌ କରିଛି। ଯଦି ତୁ‌ମେ ଚାହଁ ଯେ ମୁଁ ବଲିଉଡ୍‌ରେ ତିଷ୍ଠି ରୁହେ ବୋଲି ତେବେ ମୋ ଫିଲ୍ମ ଦେଖ ନିଶ୍ଚିତ। ଖୁବ୍ ସାରା ଭଲପାଇବା।’

ଉଲ୍ଲେଖଯୋଗ୍ୟ, ଯୁବ ସିନେ ତାରକା ସୁଶାନ୍ତଙ୍କ ଆତ୍ମହତ୍ୟା ପୂରା ବଲିଉଡ୍‌କୁ ଚକିତ କରିଛି। ସୁଶାନ୍ତଙ୍କ ଆତ୍ମହତ୍ୟା କାହାକୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଆଉ କେହି ଆତ୍ମହତ୍ୟା ପୂର୍ବରୁ ଆଭାସ ପାଇଥିଲେ ବୋଲ କହି ଚର୍ଚ୍ଚା ପାଲଟିଛନ୍ତି।

ସମ୍ବନ୍ଧିତ ଖବର