ନକଲି ଡାକ୍ତରଙ୍କ ଠାରୁ ଇଞ୍ଜେକ୍‌ସନ୍‌ ନେଇ ୨ ମାସର ପୁଅ ମୃତ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଜାମସେଦପୁର ଅଞ୍ଚଳରେ ଏକ କ୍ଲିନିକ୍‌ରେ ଜଣେ ନକଲି ଡାକ୍ତରଙ୍କ ଠାରୁ ଇଞ୍ଜେକ୍‌ସନ୍‌ ନେବା ପରେ ଗୋଟିଏ ଦୁଇ ମାସିଆ ପୁଅର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଇଞ୍ଜେକ୍‌ସନ୍‌ ନେବା ପରେ ଛୁଆଟି ନିଶ୍ଚଳ ହୋଇ ଯାଇଥିଲା।

ଶୁକ୍ରବାର ଦିନ ପିଲାଟି ଅସୁସ୍ଥ ହୋଇପଡ଼ିବା ପରେ କିତାଡ଼ିହ ଅଞ୍ଚଳରେ ଥିବା ଏକ କ୍ଲିନିକ୍‌କୁ ତା’ର ବାପାମାଆ ନେଇ ଯାଇଥିଲେ।

ପରେ ନିଶ୍ଚଳ ଶିଶୁଟିକୁ ସରକାରଙ୍କ ପରିଚାଳିତ ଏମ୍‌ଜିଏମ୍‌ ଡାକ୍ତରଖାନାକୁ ନିଆ ଯାଇଥିଲା। ପିଲାଟିକୁ ମୃତାବସ୍ଥାରେ ଅଣାଯାଇଥିବା କଥା ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ।

କ୍ଲିନିକ୍‌ରେ କି, ଇଞ୍ଜେକ୍‌ସନ୍‌ ଦିଆ ଯାଇଛି ବୋଲି ସରକାରୀ ଡାକ୍ତରମାନେ ପଚାରିବାରୁ ତା’ର ବାପାମାଆ କହିଲେ କି, ସେମାନଙ୍କୁ କ୍ଲିନିକ୍‌ର ଡାକ୍ତର ପ୍ରେସ୍‌କ୍ରିପ୍‌ସନ୍‌ ଦେଇ ନାହାନ୍ତି।

ଅଭିଯୁକ୍ତ କ୍ଲିନିକ୍‌ ଡାକ୍ତର ଫେରାର ହୋଇ ଯାଇଛନ୍ତି ଏବଂ ତାଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଚଳାଇଥିବା କଥା କହିଛି।

ସମ୍ବନ୍ଧିତ ଖବର