୨୫ ଫୁଟ୍‌ ନଳକୂପ ଗହ୍ଵରରେ ପଡ଼ିଯାଇଛି ୨ ବର୍ଷିୟ ପିଲା; ଉଦ୍ଧାର କାର୍ଯ୍ୟ ଜାରି

ତିରୁଚିରାପ୍ପଲ୍ଲୀ: ଶୁକ୍ରବାର ଦିନ ତାମିଲନାଡୁ ରାଜ୍ୟର ତିରୁଚିରାପ୍ପଲ୍ଲୀ ଜିଲ୍ଲାର ନାଡୁକାଟ୍ଟୁପଟ୍ଟି ଠାରେ ଜଣେ ୨ ବର୍ଷିୟ ବାଳକ ଗୋଟାଏ ୨୫ ଫୁଟ୍‌ ଗଭୀର ନଳକୂପ ଗର୍ତ୍ତ ମଧ୍ୟକୁ ଖସିପଡ଼ିଛି। ଘଟଣା ଘଟିବାର ୧୫ ଘଣ୍ଟା ବିତି ଯାଇଥିଲେ ବି, ୨ ବର୍ଷିୟ ସୁଜିତ ଓ୍ଵିଲ୍‌ସନ୍‌ଙ୍କୁ ଉଦ୍ଧାର କରାଯିବା ପାଇଁ ଚାଲିଥିବା ଉଦ୍ୟମ ଚାଲୁ ରହିଛି।

ପ୍ରଥମେ ୩୦ ମିଟର ତଳକୁ ଖସି ଯାଇଥିବା ସୁଜିତ ଏବେ ଆହୁରି ତଳକୁ ଖସି ୭୦ ମିଟର ଗଭୀରକୁ ଚାଲିଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି।

Image Source: India Today

ଖବର ପାଇବା କ୍ଷଣି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସୁଜିତ ପାଖରେ ପହଞ୍ଚିବାକୁ ଆର୍ଥମୋଭର୍‌ ସହାୟତାରେ ବୋର୍‌େଓ୍ଵଲ୍‌ ପାଖରେ ଅନ୍ୟ ଏକ ଗର୍ତ୍ତ ଖୋଳିଥିଲେ। କିନ୍ତୁ, ୧୦ ଫୁଟ୍‌ ଖୋଳିବା ପରେ ପଥର ପଡ଼ିବାରୁ ଅଗ୍ନିଶମ ଦଳ ଖୋଳା ବନ୍ଦ କରିଛନ୍ତି।

ସନ୍ଧ୍ୟା ପ୍ରାୟ ୫ଟା ବେଳେ ବାସଭବନ ବାହାରେ ଖେଳାଖେଳି କରୁଥିବା ବେଳେ ପିଲାଟି କୂପରେ ପଡ଼ିଯାଇଥିଲା।

ସମ୍ବନ୍ଧିତ ଖବର