ଅଯୋଧ୍ୟାରେ ଦୀପାବଳି ଆଜି, ୧୨ଟି ଘାଟରେ ୫ ଲକ୍ଷ ୫୧ ହଜାର ଦୀପ ଜଳିବ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଆଜି ଦୀପାବଳି ଅବସରରେ ଦୀପ ଉତ୍ସବର ଆୟୋଜିତ ହେଉଛି । ଏଥିପାଇଁ ଉତ୍ତର ପ୍ରଦେଶ ସରକାର ବ୍ୟାପକ ଆୟୋଜନ କରିଛନ୍ତି । ତାହା ଅନୁଯାୟୀ ଆଜି ଅଯୋଧ୍ୟାର ୧୨ଟି ଘାଟରେ ୫ ଲକ୍ଷ ୫୧ ହଜାର ଦୀପ ଜଳିବ । ଏହି ଅବସରରେ ରାଜ୍ୟ ସରକାର ୨୨୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ବୋଲି ମଧ୍ୟ ଜଣାଯାଇଛି ।ସନ୍ଧ୍ୟା ୬ଟାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଫିଜି ଗଣରାଜ୍ୟର ଉପସଭାପତି ଏବଂ ସାଂସଦ ବୀଣା ଭଟ୍ଟନାଗରଙ୍କ ସମେତ ମନ୍ତ୍ରୀମାନେ ଯୋଗ ଦେବେ ।

image source-zee news

ଇତିମଧ୍ୟରେ ଶ୍ରୀରାମଙ୍କ ସଂପର୍କୀତ ବିଭିନ୍ନ ମେଢ଼ର ଏକ ଭବ୍ୟ ଶୋଭାଯାତ୍ରା ସାକେତ ମହାବିଦ୍ୟାଳୟଠାରୁ ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ ଦେଶରୁ ଶିଳ୍ପୀ ଭାଗ ନେଉଛନ୍ତି । ଶ୍ରୀରାମ-ସୀତାଙ୍କ ରାମକଥା ପାର୍କରେ ହେଲିକପ୍ଟରରୁ ପ୍ରତୀକାତ୍ମକ ଅବତରଣ ଓ ଭରତ ମିଳନ କାର୍ଯ୍ୟକ୍ରମ ହେବାର କାର୍ଯ୍ୟକ୍ରମ ଅନୁଷ୍ଠିତ । ଏହା ପରେ ରାମକଥା ପାର୍କରେ ଶ୍ରୀରାମ-ଜାନକୀଙ୍କ ପୂଜାର୍ଚ୍ଚନା, ବନ୍ଦନା, ଆରତୀ ହେବ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର