ପେଟରେ ଯନ୍ତ୍ରଣା ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ ବିବାହିତା ମହିଳା, ନିଜର ଅସଲ ଲିଙ୍ଗ ବିଷୟରେ ଜାଣି ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ତିରିଶ ବର୍ଷ ଧରି ଜଣେ ମହିଳା ଭାବରେ ଜୀବନ ବିତାଇବା ସହ ଜଣେ ପୁରୁଷଙ୍କୁ ବିବାହ କରିଥିଲେ | କିନ୍ତୁ ୩୦ବର୍ଷ ପରେ ପେଟରେ ଯନ୍ତ୍ରଣା ହେବାରୁ ମହିଳା ଜଣକ ଜାଣିବାକୁ ପାଇଛନ୍ତି  ତାଙ୍କର ଅସଲ ପରିଚୟ ! ସେ ପ୍ରକୃତରେ ପୁରୁଷ ବୋଲି ଜାଣିବାକୁ ପାଇଥିଲେ | ଘଟଣାଟି କୋଲକାତାରେ ଘଟିଥିବା ବେଳେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି | ପୀଡ଼ିତାଙ୍କ ଦୁଇ ଜଣ ମାଉସୀଙ୍କର ମଧ୍ୟ ସମାନ ସମସ୍ୟା ଥିବା କଥା କହିବା ସହ ଏହି ସମସ୍ୟା ବଂଶଗତ ବୋଲି କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର | ବର୍ତ୍ତମାନ ସେ ଟେଷ୍ଟିକୁଲାର କର୍କଟ ରୋଗରେ ପୀଡିତ ବୋଲି ଡାକ୍ତର କହିଛନ୍ତି।

Cancer patient set on fire during operation in Romania - BBC News
BBC.com

ଡାକ୍ତରଙ୍କ କହିବା ମୁତାବକ, ପ୍ରକୃତରେ ସେ ପୁରୁଷ ହୋଇ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କ ଶରୀରରେ ଟେଷ୍ଟିକିଲ ବିକଶିତ ହୋଇପାରି ନଥିଲା | ଏହା ପାଇଁ ଟେସ୍ଟୋସ୍ଟେରନ ହର୍ମୋନ ମଧ୍ୟ କ୍ଷରଣ ହୋଇ ନ ପାରିବାରୁ ତାଙ୍କ ଶରୀରରେ ଥିବା ମହିଳା ହରମୋନ୍ ତାଙ୍କୁ ଜଣେ ମହିଳା ରୂପ ଦେବା ସହ ତାଙ୍କ କଣ୍ଠସ୍ୱର ମଧ୍ୟ ମହିଳାଙ୍କ ଭଳି ହୋଇଥିଲା | ପ୍ରତି ୨୨,୦୦୦ ଲୋକଙ୍କ ମଧ୍ୟରେ ଜଣଙ୍କଠାରେ ଏଭଳି ରୋଗ ଦେଖିବାକୁ ମିଳିଥାଏ, ଯାହାକୁ ‘ଆଣ୍ଡ୍ରୋଜେନ୍ ଇନସେନସିଟିଭିଟି ସିଣ୍ଡ୍ରୋମ୍’ ବୋଲି କୁହାଯାଏ | ୩୦ବର୍ଷ ପର୍ଯ୍ୟନ୍ତ ତାଙ୍କର ମାସିକଧର୍ମ ହୋଇ ନଥିବା ବେଳେ ମା’ ବନିବା ପାଇଁ ଅନେକ ଚେଷ୍ଟା କରି ସେ ବିଫଳ ହୋଇଥିଲେ | ତେବେ ସ୍ପଷ୍ଟ ହେବା ପାଇଁ ଆମେ ତାଙ୍କର କାରିୟୋଟାଇପିଂ ପରୀକ୍ଷା କରିଥିଲୁ | ପରୀକ୍ଷା ରିପୋର୍ଟରେ କ୍ରୋମୋଜୋମ୍ ସଂପନ୍ନତା ଜଣେ ମହିଳାଙ୍କ ପରି ‘ଏକ୍ସଏକ୍ସ’ ନୁହେଁ ବରଂ ଜଣେ ପୁରୁଷଙ୍କ ଭଳି ‘ଏକ୍ସୱାଇ’ ଥିଲା | ଏବେ ବିକଶିତ ହୋଇ ପାରି ନଥିବା ଟେଷ୍ଟିକିଲଟି କର୍କଟ ରୋଗର ରୂପ ନେଇଛି, ଯାହା ପାଇଁ ତାଙ୍କ ପେଟରେ ଗଭୀର ଯନ୍ତ୍ରଣା ହେଉଥିଲା | ବର୍ତ୍ତମାନ ତାଙ୍କର କର୍କଟ ରୋଗ ପାଇଁ ଚିକିତ୍ସା ଚାଲିଛି ଏବଂ ସେ ସୁସ୍ଥ ଅଛନ୍ତି |

ସମ୍ବନ୍ଧିତ ଖବର