ଲାହୋର ସୁଫି ଧର୍ମପୀଠ ଦାତା ଦରବାର ବାହାରେ ବୋମା ବିସ୍ଫୋରଣ: ୮ ମୃତ, ୨୫ ଆହତ

ଇସ୍‌ଲାମାବାଦ: ବୁଧବାର ଦିନ ଲାହୋରର ପୂର୍ବାଞ୍ଚଳ ସହରସ୍ଥିତ ଏକ ପ୍ରସିଦ୍ଧ ସୁଫି ଧର୍ମପୀଠକୁ ପହରା ଦେଉଥିବା ନିରାପତ୍ତା ବଳଙ୍କ ନିକଟରେ ଗୋଟାଏ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟିବା ଯୋଗୁଁ ଅନ୍ୟୂନ ୮ ଜଣ ଲୋକ ନିହତ ହେବା ସହ ଅନ୍ୟ ୨୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି ବୋଲି ପାକିସ୍ତାନୀ ପୁଲିସ କହିଛି।

ସହରର ପୁଲିସ ମୁଖ୍ୟ ଗାଜାନଫର ଅଲି କହନ୍ତି, ଦାତା ଦରବାର ଭାବେ ପରିଚିତ ଧର୍ମପୀଠ ବାହାରେ ହୋଇଥିବା ବିସ୍ଫୋରଣ ପୁଲିସ ଅଧିକାରୀମାନଙ୍କୁ ଲକ୍ଷ୍ୟ କରି ହୋଇଥିବା କଥା ସ୍ପଷ୍ଟ ମନେହୁଏ। ବିସ୍ଫୋରଣ ସମୟରେ ପୀଠ ଭିତରେ ଏବଂ ବାହାରେ ଶହ ଶହ ଲୋକ ଥିଲେ।
ବିସ୍ଫୋରଣ ଯୋଗୁଁ ପୁଲିସ ଗାଡ଼ି ନଷ୍ଟ ହୋଇଯାଇଛି। ସେଥିରୁ ଜଣାପଡୁଛି ଯେ ପୁଲିସକୁ ହିଁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା।

ବୋମା ବିେସ୍ଫୋରଣ ଯୋଗୁଁ କେତେକ ବ୍ୟକ୍ତି ସଙ୍କଟାପନ୍ନ ଅବସ୍ଥାରେ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।

ପୂର୍ବାଞ୍ଚଳ ପଞ୍ଜାବ ପ୍ରଦେଶର ରାଜଧାନୀ ହେଉଛି ଲାହୋର।

 

ସମ୍ବନ୍ଧିତ ଖବର