ଆଡଭାନିଙ୍କ ବିରୋଧରେ ବାବ୍ରି ମସଜିଦ ଭଙ୍ଗ ମାମଲା: ରାୟ ପ୍ରକାଶ ସେପ୍ଟେମ୍ବର ୩୦କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ବାବ୍ରି ମସଜିଦ ଭଙ୍ଗା ମାମଲାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି, ମୁରଲୀ ମନୋହର ଯୋଶୀ ଓ ଉମା ଭାରତୀଙ୍କ ବିରୋଧରେ ଚାଲିଥିବା ମାମଲାର ରାୟ ପ୍ରକାଶ ପାଇଁ ସୁପ୍ରିମ କୋର୍ଟ ସିବିଆଇ କୋର୍ଟକୁ ଆଉ ମାସେ ସମୟ ପ୍ରଦାନ କରିଛନ୍ତି। ପୂର୍ବରୁ ଏହି‌ ରାୟ ପ୍ରକାଶ ପାଇଁ ଅଗଷ୍ଟ ୩୧କୁ ତାରିଖ ଧାର୍ଯ୍ୟ କରାଯାଇଥିଲାବେଳେ ଏବେ ଏହାକୁ ସେପ୍ଟେମ୍ବର ୩୦କୁ ଘୁଞ୍ଚାଇ ଦିଆଯାଇଛି। ମାମଲାର ବିଚାର ପ୍ରକ୍ରିୟା ଏବେ ଶେଷ ହୋଇ ନଥିବାରୁ ରାୟ ପ୍ରକାଶର ତାରିଖ ଘୁଞ୍ଚାଇବା ପାଇଁ ସ୍ବତନ୍ତ୍ର ସିବିଆଇ ବିଚାରପତି ସୁରେନ୍ଦ୍ର କୁମାର ଯାଦବ ଅଧିକ ସମୟ ମାଗିଥିଲେ। ସୁପ୍ରିମ କୋର୍ଟର ବିଚାରପତି ଆର ଏଫ ନରିମାନଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏଥିପାଇଁ ସିବିଆଇ କୋର୍ଟକୁ ଅନୁମତି ପ୍ରଦାନ କରିଛନ୍ତି। ଭିଡିଓ କନଫରେନ୍ସିଂର ସହାୟତା ନେଇ ବିଚାର ପ୍ରକ୍ରିୟାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସୁପ୍ରିମ କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର