ଗାନ୍ଧୀଙ୍କ ଚଷମା ଦାମ୍‌ ଅଢ଼େଇ କୋଟି

ଲଣ୍ଡନ: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଏକ ଚଷମା ଅଢ଼େଇ କୋଟି‌ ଟଙ୍କାରେ ବିକ୍ରି ହୋଇଛି। ସୁନା ଫ୍ରେମରେ ପ୍ରସ୍ତୁତ ଏହି ଚଷମାକୁ ଗାନ୍ଧୀ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ବ୍ୟବହାର କରୁଥିଲେ। କିଛିଦିନ ବ୍ୟବହାର କରିବା ପରେ ଏହି ଚଷମାଙ୍କୁ ତାଙ୍କର ଜଣେ ପ୍ରଶଂସକକୁ ସେ ଉପହାର ଭାବେ ଦେଇଥିଲେ। ଦକ୍ଷିଣ ପଶ୍ଚିମ ଇଂଲଣ୍ଡର ହନହାମସ୍ଥିତ ଇଷ୍ଟ ବ୍ରିଷ୍ଟଲ ଅକ୍ସନ୍ସ ସଂସ୍ଥା ପକ୍ଷରୁ ଏହାର ନିଲାମ ଡକାଯାଇଥିଲା। ତେବେ ଚ‌ଷମା ଏତେ ମୂଲ୍ୟରେ ବିକ୍ରି ହେବ ବୋଲି କେହି ଆଶା ରଖି ନଥିଲେ। ନିଲାମରେ ଭାଗନେଇଥିବା ସବୁ ବ୍ୟକ୍ତିଙ୍କୁ ଏଥିପାଇଁ ନିଲାମଡକାଳୀ ଆଣ୍ଡି ଷ୍ଟୋ ଧନ୍ୟବାଦ ଜଣାଇଛନ୍ତି। ଅନଲାଇନରେ ହୋଇଥିବା ଏହି ନିଲାମ ଗତ ଶୁକ୍ରମାର ଶେଷ ହୋଇଥିଲା। ଚଷମାକୁ ଦକ୍ଷିଣ ପଶ୍ଚିମ ଇଂଲଣ୍ଡର ଜଣେ ବୟସ୍କ ବ୍ୟକ୍ତି କିଣିଥିଲେ ମଧ୍ୟ ତାଙ୍କ ନାମ ନାମ ପ୍ରକାଶ କରାଯାଇନାହିଁ। ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଥିବା ସମୟରେ ଉକ୍ତ ଚଷମାକୁ ଜଣେ ବ୍ରିଟିସ ନାଗରିକଙ୍କୁ ପ୍ରଦାନ କରିଥିଲେ। ସଂପୃକ୍ତ ବ୍ୟକ୍ତିଜଣକ ଦକ୍ଷିଣ ଆଫ୍ରିକାରେ ବ୍ରିଟିସ ପେଟ୍ରୋଲିୟମ ପାଇଁ କାର୍ଯ୍ୟ କରିଥିଲେ। ସେହି ବ୍ୟକ୍ତିଙ୍କ ପରିବାର ନିକଟରେ ସେବେଠାରୁ ଉକ୍ତ ଚଷମା ରହିଥିଲା।

ସମ୍ବନ୍ଧିତ ଖବର