ରାଜୀବ ଗାନ୍ଧିଙ୍କଠାରୁ ଭାରତ ରତ୍ନ ପ୍ରତ୍ୟାହାର ଦାବି କରି ଦିଲ୍ଲୀ ବିଧାନସଭାରେ ପ୍ରସ୍ତାବ ପାଶ, କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ : ଶିଖ ଦଙ୍ଗାକୁ ପ୍ରେତ୍ସାହିତ କରିଥିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କଠାରୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରତ୍ୟାହାର ଦାବି କରି ଦିଲ୍ଲୀ ବିଧାନସଭାରେ ଏକ ପ୍ରସ୍ତାବ ପାଶ ହୋଇଛି । ଏହି ପ୍ରସ୍ତାବ ମାଧ୍ୟମରେ ରାଜୀବଙ୍କଠାରୁ ଭାରତ ରତ୍ନ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦିଲ୍ଲୀର ଆପ ସରକାର ଦାବି କରିଛନ୍ତି ।

୧୯୮୪ରେ ରାଜୀବଙ୍କ ମାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ଦିଲ୍ଲୀରେ ଶିଖ ବିରୋଧୀ ଦଙ୍ଗା ହୋଇଥିଲା । ଏହି ଦଙ୍ଗାକୁ ସେ ଉଚିତ ବୋଲି ଦର୍ଶାଇଥିବାରୁ ସେ ଭାରତ ରତ୍ନ ପାଇଁ ହକଦାର ନୁହଁନ୍ତି ବୋଲି ଏହି ପ୍ରସ୍ତାବରେ କୁହାଯାଇଛି । ଏଣୁ ଦିଲ୍ଲୀ ସରକାର କେନ୍ଦ୍ର ଗୃହମନ୍ତ୍ରାଳୟକୁ ଏଥିପାଇଁ ଅନୁରୋଧ କରିବା ଆବଶ୍ୟକ ବୋଲି ଏଥିରେ କୁହାଯାଇଛି ।

୧୯୯୧ରେ ନିହତ ହେବା ପରେ ରାଜୀବଗାନ୍ଧିଙ୍କୁ ମରଣୋତ୍ତରଭାବେ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ବିଜେପି ମଧ୍ୟ ପୂର୍ବରୁ ଅନୁରୂପ ଦାବି କରିଥିଲା ।

ସମ୍ବନ୍ଧିତ ଖବର