ଉତ୍‌କ୍ଷେପଣର ୩ ଦିନ ପରେ ବି ‘ଜିଏସ୍‌ଏଟି-୬ଏ’ ସହ ଯୋଗାଯୋଗ କରିପାରୁ ନାହିଁ ଇସ୍ରୋ, ମହାକାଶରେ ଲକ୍ଷ୍ୟହୀନ ଭାବେ ଘୂରିବୁଲୁଛି !

ନୂଆଦିଲ୍ଲୀ: ଶକ୍ତିଶାଳୀ ଯୋଗାଯୋଗ ଉପଗ୍ରହ ଜିଏସ୍‌ଏଟି-୬ଏ ମହାକାଶକୁ ପ୍ରେରଣ ହେବା ପରଠାରୁ ଏକ ପ୍ରକାର ନିଖୋଜ ହୋଇଯାଇଛି। ଉତକ୍ଷେପଣର ୩ ଦିନ ପରେ ବି ତାହା ସହ କୌଣସି ସଂପର୍କ ସ୍ଥାପିତ ହୋଇ ପାରିନାହିଁ। ୨୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କରାଯାଇଥିବା ଏହି ଉପଗ୍ରହ ସୋମବାର ଆଫ୍ରିକା ଉପର ଦେଇ ଦକ୍ଷିଣ ଭାରତ, ସିଙ୍ଗାପୁର, ପପୁଆ ନ୍ୟୁଗିନି ଏବଂ ପ୍ରଶାନ୍ତ ମହାସାଗର ଉପର ଦେଇ ମହାକାଶ ଉପର ଦେଇ ଗତି କରିଥିଲା। ଏହା ପରେ ଉପଗ୍ରହର ଗତିପଥ ଇସ୍ରୋ ନିରୂପଣ କରିପାରିନାହିଁ।

ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସଫଳତା ପୂର୍ବକ ଉତକ୍ଷେପଣ ହେବା ପରେ ଏପ୍ରିଲ୍‌ ୧ ତାରିଖ ଦିନ ସାଟେଲାଇଟ୍‌ଟି ତୃତୀୟ ଅର୍ଥାତ ଅନ୍ତିମ ପର୍ଯ୍ୟାୟ ଅତିକ୍ରମ କରିଥିଲା। ସେତେବଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ସାଟେଲାଇଟ୍‌ ଜିଏସ୍‌ଏଟି-୬ଏ ସହ ପୁର୍ନବାର ଯୋଗାଯୋଗ ପାଇଁ ଉଦ୍ୟମ ଜାରି ରହିଛି।

ୟୁଏସ୍‌-କାନ୍ନାଡିଆନ୍‌ ନର୍ଥ ଆମେରିକାନ ଏରୋସ୍ପେସ ଡିଫେନ୍ସ କମାଣ୍ଡଙ୍କ କହିବା ଅନୁଯାୟୀ, ‘ସାଟେଲାଇଟ୍‌ ଜିଏସ୍‌ଏଟି-୬ଏକୁ ଅନ୍ତରୀକ୍ଷ କକ୍ଷରେ ସ୍ଥାପିତ ହେବାରେ କୌଣସି ଅସୁବିଧା ପରିଲକ୍ଷିତ ହୋଇନଥିଲା। ମାତ୍ର ସାଟେଲାଇଟ୍‌ ହଠାତ ଏପରି ଭାବେ ବ୍ଲାକ୍‌ଆଉଟ୍‌ ହୋଇଯିବା ଏକ ହୃଦ୍‌ଘାତ ସଦୃଶ।’

ଇସ୍ରୋର ଅଧ୍ୟକ୍ଷ କହିଛନ୍ତି କି, ‘ଯଦି କୌଣସି ଅସୁବିଧା ଥାଏ ତାହା ପୂର୍ବରୁ ଜାଣି ହୋଇଯାଏ। ଏଥର ସେପରି କୌଣସି ଅସୁବିଧା ଦେଖିବାକୁ ମିଳିନଥିଲା। ସେଥିପାଇଁ ଯୋଗାଯୋଗ କରିବା ପାଇଁ ସମୟ ଲାଗୁଛି।’

ସାଟେଲାଇଟ୍‌ ଜିଏସ୍‌ଏଟି-୬ଏ ଜରିଆରେ ଦେଶ ସୀମାରେ ଏବଂ ପାହାଡ଼ିଆ ଅଞ୍ଚଳରେ କାମ କରୁଥିବା ସେନାକର୍ମଚାରୀଙ୍କୁ ଯୋଗାଯୋଗ ସହାୟତା ଯୋଗାଇ ଦିଆଯିବାର ଯୋଜନା ରହିଥିଲା। ଉଲ୍ଲେଖଯୋଗ୍ୟ, ସାଟେଲାଇଟ୍‌ ଜିଏସ୍‌ଏଟି-୬ଏର ଡାଟା ଯେ କୌଣସି ଅନ୍ୟ କୌଣସି ସାଟେଲାଇଟ୍‌ ଟ୍ରାକିଂ ନେଟ୍‌ଓ୍ଵାର୍କକୁ ନିଆଯାଇପାରିବ। ସୂତ୍ରରୁ ଜାଣିବାକୁ ମିଳିଛି ଯେ ସାଟେଲାଇଟ୍‌ରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ରହଛି। କକ୍ଷକୁ ନ ଫେରିଲେ ବି ଏହା ଅନେକ ଦିନ ପର୍ଯ୍ୟନ୍ତ ଅନ୍ତରୀକ୍ଷରେ ଘୂରି ବୁଲିବ।

ସମ୍ବନ୍ଧିତ ଖବର