ଚୀନ ସୀମା ନିକଟବର୍ତ୍ତୀ ଲେହରେ ବୀରତ୍ବ ଦେଖାଇଲା ବାୟୁସେନା, ୧୭ ହଜାର ଫୁଟରୁ ସ୍କାଏ ଡାଇଭିଂ କରି ରେକର୍ଡ କଲେ ବାୟୁବୀର

ନୂଆଦିଲ୍ଲୀ: ବାୟୁସେନାର ବାୟୁବୀରଙ୍କ ଆଉ ଏକ ରେକର୍ଡ । ଏଥର ରେକର୍ଡ ହୋଇଛି ସମୁଦ୍ର ପତନଠାରୁ ୧୭ ହଜାର ଫୁଟ ଉଚ୍ଚତାରେ ଥିବା ଖାରଡୁଙ୍ଗ ଲା ପାସରୁ ସ୍କାଏ ଡାଇଭିଂ କରି ବାୟୁସେନାର ବାୟୁବୀରମାନେ ରେକର୍ଡ କରିଛନ୍ତି । ବାୟୁସେନା ପ୍ରତିଷ୍ଠା ଦିବସ ଅବସରରେ ବାୟୁସେନାର ଲଢୁଆ ବୀର ୱିଙ୍ଗ୍ କମାଣ୍ଡର ଗଜନାଦ ଯାଦବ ଏବଂ ୱାରେଣ୍ଟ ଅଫିସର ଏକେ ତିୱାରୀ ଏହି ରେକର୍ଡ କରିଛନ୍ତି । ଲେହର ଖାରଡୁଙ୍ଗ ଲା ପାସର ସର୍ବୋଚ୍ଚ ଉଚ୍ଚତାରୁ ସ୍କାଏ ଡାଇଭିଂ କରାଯାଇଥିଲା। ।

ସୂଚନା ଅନୁସାରେ, ସମୁଦ୍ର ପତନରୁ ୧୭ ହଜାର ୯୮୨ ଫୁଟ୍ ଉଚ୍ଚତାରେ ଖାରଡୁଙ୍ଗ ଲା ପାସ୍ ରହିଛି । ଏତେ ଉଚ୍ଚତାରୁ ଆଗରୁ କେହି ସ୍କାଏ ଡାଇଭିଂ କରି ଲେହରେ ଅବତରଣ କରିଥିଲେ । ପ୍ରତିକୂଳ ପରିସ୍ଥିତିକୁ ମାତ୍ ଦେଇ ବାୟୁସେନାର ସି ୱାନ୍ ଥାର୍ଟି ଜେ ବିମାନରୁ ବାୟୁବୀର ସ୍କାଏ ଡାଇଭିଂ କରିଥିଲେ । ଭାରତୀୟ ବାୟୁସେନା ହିଣ୍ଡନ ଏୟାରବେସରେ ଏହାର ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ ଲେହରେ ଏପରି କୀର୍ତ୍ତିମାନ ସ୍ଥାପନ କରିଥିଲେ ୱିଙ୍ଗ୍ କମାଣ୍ଡର ଗଜାନନ ଯାଦବ ଏବଂ ୱାରେଂଟ ଅଫିସର ଏକେ ତିୱାରୀ ।

ଏବେ ଇଣ୍ଡିଆନ୍ ଏୟାର ଫୋର୍ସ ପକ୍ଷରୁ ସର୍ବାଧିକ ଉଚ୍ଚତାରୁ ସ୍କାଏ ଡାଇଭିଂର ଏପରି ରେକର୍ଡ ନେଇ ଭିଡିଓ ଟୁଇଟ୍ କରି ସୂଚନା ଦିଆଯାଇଛି । ଭାରତୀୟ ବାୟୁସେନାର ଏପରି କୀର୍ତ୍ତିମାନ ବାୟୁସେନାର ଯୁବପୀଢିଙ୍କ ମଧ୍ୟରେ ପ୍ରେରଣା ଓ ଉତ୍ସାହ ଭରିଦେବ ନିଶ୍ଚୟ ।

ସମ୍ବନ୍ଧିତ ଖବର