ଭାରତର ଉତ୍ତର ସୀମାରେ ଚୀନ୍ ୬୦,୦୦୦ ରୁ ଅଧିକ ସୈନ୍ୟ ଠୁଳ କରିଛି: ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ

ୱାଶିଂଟନ୍: ଭାରତ-ଚୀନ ମଧ୍ୟରେ ଚାଲିଥିବା ସୀମ‌ା ବିବାଦ ମଧ୍ୟରେ ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଭାରତର ଉତ୍ତର ସୀମାରେ ଚୀନ୍ ୬୦,୦୦୦ ରୁ ଅଧିକ ସୈନ୍ୟ ଠୁଳ କରିଛି ବୋଲି ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ କହିଛନ୍ତି। ବେଜିଂର ଖରାପ ଆଚରଣ ଏବଂ କ୍ବାଡ ଦେଶକୁ ବେଜିଂରୁ ଥିବା ବିପଦ ବିଷୟରେ କହିବାକୁ ଯାଇ ସେ ଏଭଳି କହିଥିବା ଜଣା ପଡ଼ିଛି ।

କ୍ବାଡ ଗୋଷ୍ଠୀ(ଆମେରିକା, ଜାପାନ, ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ‌) ଭାବରେ ଜଣାଶୁଣା ଏହି ୪ ଦେଶର ବୈଦେଶିକ ମନ୍ତ୍ରୀ ମାନଙ୍କୁ ନେଇ ମଙ୍ଗଳବାର (୬.୧୦୨୦୨୦) ଦିନ ଇଟାଲିର ରାଜଧାନୀ ଟୋକିଓରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କରୋନା ମହାମାରୀ ଅରମ୍ଭ ହେବା ପରେ କ୍ୱାଡ ଦେଶ ମାନଙ୍କର ଏହା ମିଳିତ ବୈଠକ ଥିଲା । ଭାରତ-ପ୍ରଶାନ୍ତ ମହାସାଗରରେ, ଦକ୍ଷିଣ ଚୀନ୍ ସାଗରରେ ଏବଂ ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ରେ ଚୀନ୍‌ର ଆକ୍ରମଣାତ୍ମକ ସାମରିକ ଆଚରଣ ବିଷୟରେ ଆଲୋଚନା କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଶେଷ ହେବା ପରେ ଏକ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଭାରତର ଉତ୍ତର ସୀମାରେ ଚୀନ୍ ୬୦,୦୦୦ ରୁ ଅଧିକ ସୈନ୍ୟ ଠୁଳ କରୁଥିବା କଥା କହିଥିଲେ ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ।

Mike Pompeo lashes out at China at 'Quad' meeting in Japan - BBC News
BBC.com

ତାଙ୍କ କହିବା ମୁତାବକ, ‘ମୁଁ ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀଙ୍କ ସହ ବୈଠକ କରିଥିଲି। ୪ ଟି ବଡ ଲୋକତନ୍ତ୍ର,ବଳଶାଳୀ ଓ ବିକଶିତ ଆର୍ଥିକ ବ୍ୟବସ୍ଥାର ଦେଶକୁ ଚୀନର ବିସ୍ତାରବାଦୀ ନୀତି ଚିନ୍ତାରେ ପକାଇଛି। ମୁଁ ନିଜ ଦେଶରେ ମଧ୍ୟ ସେହି ବିପଦ ଦେଖିପାରୁଛି।’

ସମ୍ବନ୍ଧିତ ଖବର