ବଡ଼ ଅଘଟଣରୁ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ

ବାୟୁ ଚାପ କମିଯିବାରୁ ଅଣନିଃଶ୍ବାସୀ ହୋଇଥିଲେ ୧୯୧ ଯାତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀରୁ ଫ୍ରାଙ୍କଫର୍ଟ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ବିମାନ (ଏଆଇ-୧୨୧ ବୋଇଂ ୭୮୭)ରେ ଆଜି ଅଚାନକ ସମସ୍ୟା ଯୋଗୁଁ ୧୯୧ ଜଣ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଯାଇଥିଲା। ରାଜସ୍ଥାନର ଆକାଶରେ ୨୦ ହଜାର ଫୁଟ ଉଚ୍ଚତାରେ ବିମାନ ଉଡ଼ୁଥିବା ବେଳେ ଅଚାନକ ବାୟୁ ପ୍ରବାହର ଚାପ ସାଂଘାତିକ ଭାବେ କମିଯାଇଥିଲା। ଯାତ୍ରୀମାନେ ତୁରନ୍ତ ଅକ୍ସିଜେନ୍‌ ମାସ୍କ ଲଗାଇଥିଲେ। ଏହାପରେ ବିମାନକୁ ରାଜସ୍ଥାନରୁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାର ପୋର୍ଟକୁ ଫେରାଇ ଅଣାଯାଇଥିଲା। ସମସ୍ତ ଯାତ୍ରୀ ନିରାପଦରେ ଓହ୍ଲାଇବା ପରେ ସେମାନଙ୍କ ଅନ୍ୟ ଏକ ବିମାନରେ ଫ୍ରାଙ୍କଫର୍ଟ ପଠାଯାଇଥିଲା। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର