ଦଙ୍ଗାକାରୀର ‘ପୁଷ୍ପା’ ଷ୍ଟାଇଲ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜାହାଙ୍ଗୀରପୁରୀ ହିଂସା ମାମଲାରେ ଦୁଇ ଅଭିଯୁକ୍ତ ଅନସାର ଏବଂ ଅସଲାମଙ୍କୁ ଗୋଟିଏ ଦିନର ପୁଲିସ ହେପାଜତକୁ ଯିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଅନ୍ୟ ୧୨ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଅନସାର ଏବଂ ଅସଲାମ ଏହି ଦଙ୍ଗାର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ପୁଲିସ କହିଛି | ତେବେ ଆଜି ଅଭିଯୁକ୍ତ ଅନସାରକୁ କୋର୍ଟକୁ ନିଆଯାଉଥିବାବେଳେ ସାମାନ୍ୟ ଅନୁତପ୍ତ ନଥିବା ଦେଖିବାକୁ ମିଳିଥିଲା | କୋର୍ଟକୁ ନେବା ବେଳେ ଅନସାର ଫିଲ୍ମ ‘ପୁଷ୍ପା’ ଶୈଳୀରେ ଆକ୍ସନ୍ କରୁଥିବାର ଦେଖିବାକୁ ମିଳିଥିଲା |କେବଳ ଏତିକି ନୁହେଁ ଅଭିଯୁକ୍ତ ଅନସାର ବାରମ୍ବାର ହସୁଥିଲା ।


ତାଙ୍କ ମୁହଁରୁ ଏହା ସ୍ପଷ୍ଟ ଭାବେ ବାରି ହୋଇପଡୁଥିଲା ଯେ, ସେ ପୁଲିସର କାର୍ଯ୍ୟାନୁଷ୍ଠାନ ପାଇଁ ଭୟ କରୁନାହିଁ | ସୂଚନା ଥାଉ କି ଶନିବାର ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଅବସରରେ ଘଟିଥିବା ହିଂସା ମାମଲାରେ ପୁଲିସ ଆଉ ୬ଅଭିଯୁକ୍ତକୁ ଗିରଫ କରିଛି। ଏହି ମାମଲାରେ ପୂର୍ବରୁ ୧୪ ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ଏହି ୬ଜଣଙ୍କୁ ମିଶାଇ ଏହି ମାମଲାରେ ମୋଟ ୨୦ଜଣ ଗିରଫ ହୋଇଛନ୍ତି। ୨୦ଜଣଙ୍କ ମଧ୍ୟରେ ଦୁଇ ନାବାଳକ ମଧ୍ୟ ଥିବା ଜଣାପଡ଼ିଛି।

ଅଭିଯୁକ୍ତଙ୍କ ଗିରଫ କରିବା ସହିତ ପୁଲିସ ଏପର୍ଯ୍ୟନ୍ତ ୩ଟି ପିସ୍ତଲ ଏବଂ ୫ଟି ଖଣ୍ଡା ଜବତ କରିଛି। ହିଂସା ସୃଷ୍ଟି କରିବା ପାଇଁ ଏହି ପିସ୍ତଲ ଏବଂ ଖଣ୍ଡା ବ୍ୟବହାର କରାଯାଇଥିଲା। ଗୋଟିଏ ପଟେ ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ପାଇଁ ଦିଲ୍ଲୀ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରୁଥିବା ବେଳେ ଅନ୍ୟପଟେ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର