ରୁଷ ସେନାର ଗୁଳିରେ ୟୁକ୍ରେନର ୧୦ଜଣ ସାଧାରଣ ନାଗରିକଙ୍କ ଜୀବନ ଗଲା

ନୂଆଦିଲ୍ଲୀ: ରୁଷ ସେନାର ଆକ୍ରମଣରେ ଗଲା ୧୦ ଜୀବନ। ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ୧୪ଦିନ ହୋଇସାରିଥିଲେ ବି ଯୁଦ୍ଧ ଥମି ନାହିଁ। ଗୋଟେ ପରେ ଗୋଟେ ସହର ଉପରେ ଆକ୍ରମଣ କରିଚାଲିଛି ରୁଷ। ଏବେ ରୁଷ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଥିବା ସହ ସେମାନଙ୍କ ଘରକୁ ମଧ୍ୟ ଟାର୍ଗେଟ କରୁଛି ଆଜି ୟୁକ୍ରେନର ପୂର୍ବ ସହର ସେଭେରୋଡୋନେଷ୍କରେ ରୁଷର ସେନା ଆକ୍ରମଣରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଲୁଗାନସ୍କ ଅଞ୍ଚଳର ସ୍ଥାନୀୟ ଅଧିକାରୀ ଟେଲିଗ୍ରାମରେ ଏକ ବିବୃତିରେ କହିଛନ୍ତି। ସେ କହିଛନ୍ତି ଯେ, ରୁଷର ସୈନ୍ୟବାହିନୀ ସହରର ଆବାସିକ ଘର ଏବଂ ଅନ୍ୟାନ୍ୟ ଅଟ୍ଟାଳିକା ଉପରେ ଗୁଳି ଚଳାଇବା ଆରମ୍ଭ କରିଛନ୍ତି।

indiatoday

ଅନ୍ୟପକ୍ଷରେ ଆଜି ୟୁକ୍ରେନ ସେନା ଦାବି କରିଛି ଯେ ଯୁଦ୍ଧରେ ଏପର୍ଯ୍ୟନ୍ତ ୧୨,୦୦୦ ରୁ ଅଧିକ ରୁଷ ସୈନ୍ୟ ମୃତ୍ୟୁବରଣ କରିଛନ୍ତି। ତେବେ ୧୪ଦିନ ବିତିଯାଇଥିଲେ ବି ୟୁକ୍ରେନ୍‌କୁ ଗ୍ରହଣ କରିବା ପାଇଁ ‘ନାଟୋ’ ପ୍ରସ୍ତୁତ ନଥିବାରୁ ୟୁକ୍ରେନ୍‌ର ‘ନାଟୋ’ ସଦସ୍ୟତା ପାଇଁ ଆଉ ଜିଦ୍‌ କରିବି ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି।

ସୋମବାର ରାତିରେ ‘ଏବିସି ନିଉଜ୍‌’ରେ ପ୍ରସାରିତ ‌ସାକ୍ଷାତ୍‌କାରରେ ଜେଲେନ୍‌ସ୍କି କହିଛନ୍ତି, ‘ନାଟୋ’ ୟୁକ୍ରେନ୍‌କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ବୋଲି ଆମର ହୃଦ୍‌ବୋଧ ହେବା ପରେ ଦୀର୍ଘ ସମୟ ଧରି ସେ ପ୍ରସଙ୍ଗରେ ଚୁପ୍‌ ରହିଛି। ‘ନାଟୋ’ ବିବାଦୀୟ ପ୍ରସଙ୍ଗ ଏବଂ ରୁଷ୍‌କୁ ମୁକାବିଲା କରିବା ଲାଗି ଭୟ କରୁଛି। କୌଣସି ଜିନିଷ ପାଇଁ ଆଣ୍ଠୁମାଡ଼ି ଭିକ୍ଷା ମାଗିବା ଦେଶର ସେ ରାଷ୍ଟ୍ରପତି ହେବାକୁ ଚାହାଁନ୍ତି ନାହିଁ।

 

 

ସମ୍ବନ୍ଧିତ ଖବର