କରୋନା ବିରୋଧୀ ଲଢ଼େଇରେ ସାମିଲ ହେଲା କୋର୍ବେଭାକ୍ସ, ୧୨-୧୮ ବର୍ଷ ବୟସ୍କଙ୍କ ପାଇଁ ଡିସିଜିଆଇ ଦେଲା ଅନୁମତି

ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ବିରୋଧୀ ଲଢ଼େଇରେ ଭାରତକୁ ମିଳିଲା ଆଉ ଏକ ଅସ୍ତ୍ର । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ୧୨ରୁ ୧୮ବର୍ଷ ବୟସର ପିଲାମାନଙ୍କ ପାଇଁ ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। କୋର୍ବେଭାକ୍ସ ଟିକା କରୋନା ସହ ଲଢ଼ିବା ସହ ଟିକାର ଦୁଇଟି ଡୋଜ୍ ନେବାର ବ୍ୟବଧାନ ୨୮ଦିନ ରହିବ ବୋଲି ଜଣାପଡ଼ିଛି। ଏହି ଟିକା ସଂରକ୍ଷଣ ଦୁଇରୁ ଆଠ ଡିଗ୍ରୀ ସେଲସିୟସରେ କରାଯିବ।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଜାନୁଆରି ୩ରୁ ୧୫ରୁ ୧୮ବର୍ଷ ବୟସ୍କଙ୍କୁ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ଦିଆଯାଉଛି। ଏବେ ସେମାନେ କୋଭାକ୍ସିନ ସହ କୋର୍ବେଭାକ୍ସ ଟିକା ନେଇପାରିବେ। ପୂର୍ବରୁ କରୋନା ଟିକା ‘କୋର୍ବେଭାକ୍ସ’ର ପାଞ୍ଚ କୋଟି ଡୋଜ କିଣିବାକୁ କେନ୍ଦ୍ର ସରକାର ବାୟୋଲୋଜିକାଲ-ଇକୁ ନିର୍ଦ୍ଦେଶ ଦେଇଥିଲେ ପ୍ରତ୍ୟେକ ଡୋଜର ମୂଲ୍ୟ ଟ୍ୟାକ୍ସ ସହିତ ୧୪୫ଟଙ୍କା ରହିବ ବୋଲି ଜଣାପଡ଼ିଥିଲେ। ହେଲେ କେଉଁ ବର୍ଗର ହିତାଧିକାରୀଙ୍କୁ ଏହି ନୂତନ ଟିକା ଦିଆଯିବ ତାହା ସ୍ଥିର ହୋଇନଥିବା ବେ‌ଳେ ଏବେ ୧୫ରୁ ୧୮ବର୍ଷ ବୟସ୍କ ଏହି ଟିକା ନେବେ ବୋଲି ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର