ମୁଲାୟମଙ୍କ ଆର୍ଶୀବାଦ ନେଲେ ବୋହୂ ଅପର୍ଣ୍ଣା

ଲକ୍ଷ୍ନୌ : ବୁଧବାର ଦିନ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେବାପରେ ଅପର୍ଣ୍ଣା ଯାଦବ ଲକ୍ଷ୍ନୌ ସ୍ଥିତ ତାଙ୍କ ବାସଭବନରେ ଗତକାଲି ପହଞ୍ଚିଛନ୍ତି। ଅପର୍ଣ୍ଣା ଘରେ ପହଞ୍ଚିବାପରେ ଶ୍ବଶୁର ତଥା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ପାଦ ଛୁଇଁ ତାଙ୍କ ଆର୍ଶୀବାଦ ନେଇଛନ୍ତି। ସପା ପୁରୋଧାଙ୍କ ଆର୍ଶୀବାଦ ନେଉଥିବା ଫଟୋ ଆଜି ଅପର୍ଣ୍ଣା ଟ୍ବିଟ୍‌ କରିଛନ୍ତି। ଏହି ‌ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର