କୋଇମ୍ବାଟୁର୍‌ ବିଜେପି କାର୍ଯ୍ୟାଳୟ ଉପରକୁ ପେଟ୍ରୋଲ୍‌ ବୋମା ମାଡ଼

ନୂଆଦିଲ୍ଲୀ: ତାମିଲନାଡୁର କୋଇମ୍ବାଟୁର୍‌ ଅନ୍ତର୍ଗତ ଚିତାପୁଦୁର ଅଞ୍ଚଳରେ ଥିବା ଭାରତୀୟ ଜନତାପାର୍ଟି କାର୍ଯ୍ୟାଳୟ ଉପରକୁ କେତେକ ଅଜ୍ଞାତ ଦୁର୍ବୃତ୍ତ ପେଟ୍ରୋଲ୍‌ ବୋମା ଫିଙ୍ଗିଛନ୍ତି। ବୁଧବାର ପାହାନ୍ତା ପ୍ରାୟ ୪ଟା ବେଳେ ଘଟଣା ସମ୍ପର୍କରେ ରିପୋର୍ଟ ମିଳିଛି।

ପୁଲିସ କହିବା ଅନୁସାରେ, ଆକ୍ରମଣ ସମୟରେ ବିଜେପି କାର୍ଯ୍ୟଳୟ ବନ୍ଦ ଥିବାରୁ କେହି ଆଘାତ ପାଇଥିବାର ସୂଚନା ନାହିଁ।
ଏବେ ପୁଲିସ ଦୁର୍ବୃତ୍ତମାନଙ୍କୁ ଖୋଜୁଛି।

ନାମ୍‌ ମୁଥୁ କୁମାର ନାମକ ଜଣେ ବ୍ୟକ୍ତି କହନ୍ତି: ବୋମା ଫୁଟିବାବେଳେ ମୁଁ ଶୋଇଥିଲି। ଉଠିପଡ଼ି ମୁଁ ତଳକୁ ଯାଇ ଦେଖିଲି ଦୁଇ ଜଣ ବୋମା ପକାଉଛନ୍ତି। ଜଣେ ତଳ ତାଲାକୁ ଅନ୍ୟ ଜଣେ ଉପର ତାଲାକୁ। ତା’ପରେ ସେମାନେ ସେଠାରେ ରଖିଥିବା ଗାଡ଼ି ଚଢ଼ି ପଳାଇଗଲେ।

ପାଟ୍ରୋଲ୍‌ରେ ଥିବା ପୁଲିସଙ୍କୁ ସୂଚନା ଦିଆ ଯିବା ପରେ ସେମାନେ ଅଧିକ ଫୋର୍ସ ମଗାଇଥିଲେ।

ଆକ୍ରମଣ ପରେ ଚେନ୍ନାଇ ବିଜେପି ଅଫିସ ନିକଟରେ ନିରାପତ୍ତା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ସବୁ ପଟରୁ ବାରିକେଡ୍‌ ବସା ଯାଇଥିବାରୁ ସେ ଅଞ୍ଚଳ ଦେଇ ଯାନବାହନ ଯିବା ପାଇଁ ଅନୁମତି ମିଳୁ ନାହିଁ।

ଦୁର୍ବୃତ୍ତମାନେ କିଭଳି ଅଫିସ୍‌କୁ ଲକ୍ଷ୍ୟ କରି ଏକାଧିକ ବୋମା ପକାଇ ତୁରନ୍ତ ପଳାଇ ଯାଉଛନ୍ତି ତାହା ସିସିଟିଭି ଫୁଟେଜ୍‌ରେ ଦେଖା ଯାଉଛି।

ସମ୍ବନ୍ଧିତ ଖବର