କରୋନା ଭୁତାଣୁର ସବୁ ଭାରିଆଣ୍ଟ ବିରୋଧରେ ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ପ୍ରଭାବୀ :  ଆଇସିଏମଆର 

ନୂଆଦିଲ୍ଲୀ :  ଦେଶରେ ଦିଆଯାଉଥିବା କୋଭାକ୍ସିନ ଓ କୋଭିସିଲ୍ଡ ଟିକା କରୋନା ଭୁତାଣୁର ସମସ୍ତ ୪ଟି ଭାରିଆଣ୍ଟ- ଆଲଫା, ବିଟା, ଗାମା ଓ ଡେଲଟା ବିରୁଦ୍ଧରେ ପ୍ରଭାବି । ମାତ୍ର ଡେଲଟା ପ୍ଲସ କ୍ଷେତ୍ରରେ ଟିକାର ପ୍ରଭାବ ଏବେ ଜଣାପଡ଼ିନାହିଁ । ତେବେ ଏହା ଜାଣିବାକୁ ଆଇସିଏମଆର ପକ୍ଷରୁ ପରୀକ୍ଷା ଜାରି ରହିଛି ଓ ଆଗାମୀ ୮ରୁ ୧୦ ଦିନ ମଧ୍ୟରେ ଏହାର ଫଳାଫଳ ଜଣାପଡ଼ିଯିବ ବୋଲି ଆଇସିଏମଆରର ମହାନର୍ଦ୍ଦେଶକ ଡ. ବଳରାମ ଭାର୍ଗବ କହିଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଦେଶରେ ଏବେ ୧୨ଟି ରାଜ୍ୟରେ ମୋଟ ୪୮ଟି ଡେଲଟା ପ୍ଲସ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି ଡେଲଟା ପ୍ଲସ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୭ଟି, ଓଡ଼ିଶାରେ ଗୋଟିଏ ମାମଲା ଚିହ୍ନଟ ହୋଇଛି । ସେଗୁଡ଼ିକୁ ଆଇସୋଲେଟ କରି କଲଚର କରାଯାଉଛି ।

ସାମଗ୍ରିକ ଭାବେ ଦେଶର ୧୭୪ଟି ଜିଲ୍ଲାରେ ପ୍ରାୟ ୨୧ ହଜାରରୁ ଅଧିକ ଡେଲଟା ଭାରିଆଣ୍ଟ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି, ଯାହାକି ମାର୍ଚ୍ଚ ୨୧ ସୁଦ୍ଧା ମାତ୍ର ୫୪ଟି ଜିଲ୍ଲା ଓ ଡିସେମ୍ବର ୨୦୨୦ରେ ମାତ୍ର ଗୋଟିଏ ଜିଲ୍ଲାରେ ସୀମିତ ଥିଲା ।

 

ସମ୍ବନ୍ଧିତ ଖବର