‘ଅର୍ଥ ବିନିମୟରେ ପ୍ରଶ୍ନ’ ଅଭିଯୋଗରେ ଟିଏମ୍‌ସି ସାଂସଦ ମହୁଆ ମୈତ୍ରଙ୍କ ବିଭିନ୍ନ ସ୍ଥାନରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ: ‘ଅର୍ଥ ବିନିମୟରେ ପ୍ରଶ୍ନ’ ଅଭିଯୋଗରେ ତୃଣ ମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ମହୁଆ ମୈତ୍ରଙ୍କ ସହ ଜଡ଼ିତ କୋଲକାତାର ଅନେକ ସ୍ଥାନରେ ଶନିବାର ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଚଢ଼ାଉ କରୁଛି। କେନ୍ଦ୍ରୀୟ ଏଜେନ୍ସି ମହୁଆ ମୈତ୍ରଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣର କିଛିଦିନ ପରେ ଏହି ଚଢ଼ାଉ କରୁଛି।

ବିଜେପି ଲୋକସଭା ସଦସ୍ୟ ନିଶିକାନ୍ତ ଦୁବେଙ୍କ ଦ୍ୱାରା ମିତ୍ରଙ୍କ ବିରୋଧରେ ହୋଇଥିବା ଅଭିଯୋଗର ସିବିଆଇର ପ୍ରାଥମିକ ତଦନ୍ତ ରିପୋର୍ଟ ପାଇବା ପରେ ଲୋକପାଳଙ୍କ ନିର୍ଦ୍ଦେଶରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା।
ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି ଯେ ଶିଳ୍ପପତି ‌ଗୌତମ ଆଦାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ରମଣ କରିବା ପାଇଁ ଦୁବାଇର ବ୍ୟବସାୟୀ ଦର୍ଶକ ହିରାନ୍ଦାନୀଙ୍କ ନଗଦ ଟଙ୍କା ଏବଂ ଉପହାର ବଦଳରେ ଟିଏମସି ନେତା ଲୋକସଭାରେ ପ୍ରଶ୍ନ ପଚାରିଥିଲେ। ତେବେ ମ‌ୈତ୍ର ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।
ଏପଟେ  ଲୋକପାଲ ସିବିଆଇକୁ ୬ ମାସର ତଦନ୍ତ ରିପୋର୍ଟ ମାଗିଛନ୍ତି। ତଦନ୍ତର ସ୍ଥିତି ସମ୍ପର୍କରେ ମାସିକ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ କୁହାଯାଇଛି।

ସମ୍ବନ୍ଧିତ ଖବର