ଇର୍ଶାଲୱାଡ଼ି ଭୂସ୍ଖଳନରେ ଅନାଥ ହୋଇଥିବା ପିଲାଙ୍କୁ ପୋଷ୍ୟ କରିବେ ମୁଖ୍ୟମନ୍ତ୍ରୀ ସିନ୍ଦେ

ରାୟଗଡ଼ : ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା ଖାଲପୁର ତହସିଲ ଅନ୍ତର୍ଗତ ଇର୍ଶାଲୱାଡ଼ି ଗାଁରେ ବୁଧବାର ରାତି ୧୧ଟାରେ ଘଟିଥିଲା ଭୟଙ୍କର ଭୂସ୍ଖଳନ। ଏଥିରେ ଅଦ୍ୟାବଧି ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୬ ଜଣ ନିଖୋଜ ଅଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଯେଉଁ ପିଲାମ‌ାନେ ଉଭୟ ବାପା ଓ ମାଆଙ୍କୁ ହରାଇ ଅନାଥ ହୋଇପଡ଼ିଛନ୍ତି, ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି।

ଶ୍ରୀକାନ୍ତ ସିନ୍ଦେ ଫାଉଣ୍ଡେସନ ୨ରୁ ୧୪ ବର୍ଷ ବୟସର ସମସ୍ତ ଅନାଥ ପିଲାଙ୍କ ଦାୟିତ୍ବ ନେବ ବୋଲି ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତଙ୍କ ଦ୍ବାରା ଏକ ଅନୁଷ୍ଠାନଟି ପରିଚାଳିତ। ଏହି ପିଲାଙ୍କ ଶିକ୍ଷା ପାଇଁ ଏକ ସ୍ଥାୟୀ ଜମା ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ମଙ୍ଗେଶ ଚିବତେ କହିଛନ୍ତି।

ସମ୍ବନ୍ଧିତ ଖବର