ଭାରତ-ପାକିସ୍ତାନ ମଧ୍ୟରେ ସକାରାତ୍ମକ ଯୋଗାଯୋଗକୁ ଚୀନର ସ୍ବାଗତ

ବେଜିଂ : ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ପାଳନ କରାଯାଉଥିବାରୁ ଓ ଦୁଇ ଦେଶମଧ୍ୟରେ ଶାନ୍ତିପାଇଁ ଯୋଗାଯୋଗ ଆରମ୍ଭ ହୋଇଥିବାରୁ ତାହାକୁ ସ୍ବାଗତ କରିଛି ଚୀନ ।

ଚୀନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ  ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ସକାରାତ୍ମକ ଯୋଗାଯୋଗ ଆରମ୍ଭ ହୋଇଯାଇଥିବାରୁ ତାହାକୁ ନେଇ ଚୀନ ସରକାର ଖୁସି ଅଛନ୍ତି । ଆଗାମୀ ଦିନରେ ପାକିସ୍ତାନ ସହ ମିଶି ଦକ୍ଷିଣ ଏସିଆରେ ଆଞ୍ଚଳିକ ସ୍ଥିରତା ଓ ଶାନ୍ତି ପ୍ରତିଷ୍ଠା ଦିଗରେ ଉଦ୍ୟମ କରାଯିବ ।

ସୂଚନାଯୋଗ୍ୟ ଯେ ଉଭୟ ଭାରତ ଓ ପାକିସ୍ତାନ ଗତ ଫେବ୍ରୁଆରି ୨୪ ଓ ୨୫ ମଧ୍ୟରାତ୍ରିରୁ ନିୟନ୍ତ୍ରଣ ରେଖା ନିକଟରେ ଯୁଦ୍ଧବିରତି ଘୋଷଣା କରିଛନ୍ତି । ଏହା ଫଳରେ ଗତ କିଛିବର୍ଷ ଧରି ନିୟନ୍ତ୍ରଣ ରେଖା ନିକଟରେ ଉଭୟପଟୁ ଜାରି ରହିଥିବା ଗୁଳିଗୋଳା ବର୍ଷଣର ଅନ୍ତ ହେବା ଆଶା କରାଯାଉଛି ।

କିଛି ଦିନତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜଓ୍ବା ମଧ୍ୟ ଭାରତ ସହ ଶାନ୍ତି ପ୍ରତିଷ୍ଠାର ସମୟ ଆସିଥିବା କହିଥିଲେ । ଅତୀତର ତିକ୍ତତାକୁ ଭୁଲିଯିବାର ସମୟ ଆସିଥିବା ବାଜଓ୍ବା କହିଥିଲେ ।

ସମ୍ବନ୍ଧିତ ଖବର