ପ୍ରକାଶ ପାଇଲା ସିଭିଲ ସର୍ଭିସ ମେନ୍‌ ପରୀକ୍ଷା ଫଳ, ଜାଣନ୍ତୁ କିଏ ହେଲେ ଟପ୍ପର

ନୂଆଦିଲ୍ଲୀ: ଆଜି ସିଭିଲ ସର୍ଭିସ ମେନ ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଭିଲ ସର୍ଭିସ ପରୀକ୍ଷା-୨୦୨୦ ମେନ୍‌ ପରୀକ୍ଷାର ଟପ୍ପର ହୋଇଛନ୍ତି ଶୁଭମ କୁମାର । ସେହିପରି ଦ୍ୱିତୀୟ ସ୍ଥାନରେ ଜାଗ୍ରତି ଅଓ୍ଵସ୍ଥି ଅଛନ୍ତି। ଶୁଭମ କୁମାର ଆଇଆଇଟି ବମ୍ବେର ସିଭିଲ ଇଞ୍ଜିନିୟରିଂରେ ବି.ଟେକ୍‌ କରିଥିବା ବେଳେ ଜାଗ୍ରତି ମଧ୍ୟ ହେଉଛନ୍ତି ଜଣେ ବି.ଟେକ୍‌ ଛାତ୍ରୀ।

ତୃତୀୟ ସ୍ଥାନରେ ଅଙ୍କିତା ଜୈନ ଥିବା ବେଳେ ଚତୁର୍ଥ ସ୍ଥାନରେ ୟସ ଜାଲୁକା ଅଛନ୍ତି। ଜୁବିନ୍‌ ମହାପାତ୍ର (୪୬ ର‍୍ୟାଙ୍କ୍‌), ଆଶିଷ କୁମାର ମିଶ୍ର-୫୨, ଶୁଭଙ୍କର ବଳ-୭୯, ରୀନା ପ୍ରଧାନ-୧୯୪, ପୂର୍ବି ନନ୍ଦ-୨୪୪, ନବଜ୍ୟୋତି ମିଶ୍ର-୩୯୫, ବବିତାରାଣୀ ସ୍ୱାଇଁ-୪୬୪, ଅଙ୍କିତ ମିଶ୍ର-୫୨୨, ସୁଧାଂଶୁ ନାୟକ-୬୨୦ ଓ ଜିତେନ୍ଦ୍ର ମିଶ୍ର-୬୫୮। ସେହିପରି ସିଭିଲ୍‌ ସର୍ଭିସ୍‌ ମେଡ଼ ପରୀକ୍ଷାରେ ସମୁଦାୟ ୭୬୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସାଧାରଣ ବର୍ଗରୁ ୨୬୩ ଜଣ ଥିବାବେଳେ ଓବିସି ବର୍ଗର ୨୨୯ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେହିପରି ଏସ୍‌ସି ଓ ଏସ୍‌ଟି ବର୍ଗରୁ ଯଥାକ୍ରମେ ୧୨୨ ଜଣ ଓ ୬୧ ଏସ୍‌ଟି ବର୍ଗର ଜଣ ଛାତ୍ରଛାତ୍ରୀ ଅଛନ୍ତି।

ସୂଚନାଯୋଗ୍ୟ, ଆଇଏଏସ୍‌ ପାଇଁ ୧୮୦, ଆଇଏଫ୍‌ଏସ୍‌ ପାଇଁ ୩୬, ଆଇପିଏସ୍‌ ପାଇଁ ୨୦୦, ସେଣ୍ଟ୍ରାଲ ସର୍ଭିସ ଗ୍ରୁପ-ଏ ପାଇଁ ୩୦୨ ଓ ଗ୍ରୁପ୍‌-ବି ପଦବି ପାଇଁ ୧୧୮ ଜଣଙ୍କୁ ନିଯୁକ୍ତି ମିଳିବ।

ସମ୍ବନ୍ଧିତ ଖବର