ଶାହଙ୍କ ଅସୁସ୍ଥତା ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ସ୍ବାଇନ୍‌ ଫ୍ଲୁ ଯୋଗୁଁ ଏମ୍‌ସରେ ଭତ୍ତି ହୋଇଥିବା ବିଜେପି ସଭାପତି ଅମିତ ଶାହଙ୍କୁ ନେଇ ଆଜି କଂଗ୍ରେସର ବରିଷ୍ଠ ନେତା ବି.କେ. ହରିପ୍ରସାଦ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଶାହଙ୍କ ଅସୁସ୍ଥତାକୁ ସେ ଘୁଷୁରି ଜ୍ବର ବୋଲି କହିବା ସହ କର୍ଣ୍ଣାଟକ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କଲେ ଶାହଙ୍କ ଅବସ୍ଥା ଆହୁରି ଖରାପ ହେବ ବୋଲି କହିଛନ୍ତି। କଂଗ୍ରେସ ଜେଡିଏସ୍‌ ସରକାରର ପତନ ଘଟିଲେ ଶାହଙ୍କୁ ଝାଡ଼ାବାନ୍ତି ରୋଗ ହେବ ବୋଲି ସେ କହିଛନ୍ତି। ଏକ ଦଳୀୟ କାର୍ଯ୍ୟକ୍ରମରେ ହରିପ୍ରସାଦ ଏଭଳି ବୟାନ ଦେଇଥିବାରୁ ଏହା କଂଗ୍ରେସକୁ ଅଡ଼ୁଆରେ ପକାଇଛି। ଏଭଳି ବୟାନକୁ ବିଜେପି କଡ଼ା ସମାଲୋଚନା କରିଛି ଏବଂ ହରିପ୍ରସାଦ ସର୍ବାସାଧାରଣରେ ଏଥିପାଇଁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି।

ସମ୍ବନ୍ଧିତ ଖବର