ନକ୍ସଲ ଆକ୍ରମଣରେ ପେଟରେ ବାଜିଥିଲା ୭ଟି ଗୁଳି, ଏବେ ପଲିଥିନ୍‌ରେ ଅନ୍ତବୁଜୁଳା ନେଇ ବୁଲୁଛନ୍ତି ଯବାନ

ନୂଆଦିଲ୍ଲୀ: ୨୦୧୪ରେ ସୁକମାରେ ନକ୍ସଲ ଆକ୍ରମଣରେ ୧୭ଜଣ ସିଆର୍‌ଫିଏଫ୍‌ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣରେ ମଧ୍ୟପ୍ରଦେଶର ମୁରେନାରେ ରହୁଥିବା ମନୋଜ ସିଂହ ତୋମାର ଥିଲେ ଏକମାତ୍ର ଯବାନ, ଯିଏ କି ଜୀବିତ ଥିଲେ। ତାଙ୍କ ପେଟରେ ବାଜିଥିଲା ୭ଟି ଗୁଳି। ଜୀବନ ସିନା ବଞ୍ଚିଗଲା କିନ୍ତୁ ଉନ୍ନତ ଚିକିତ୍ସା ଅଭାବରୁ ପେଟରୁ ଅନ୍ତବୁଜୁଳା ବାହାରକୁ ବାହାରି ଆସିଥିଲା । ସେ ଏହାକୁ ଏକ ପଲିଥିନ୍‌ରେ ବାନ୍ଧିବା ପାଇଁ ଚିକିତ୍ସା ପାଇଁ ବାରଦ୍ୱାର ହେଉଛି।

ଗୃହମନ୍ତ୍ରୀ ରାଜନାଥ ସିଂହ ସହିଦ ଯବାନ ଓ ସେମାନଙ୍କ ପରିବାରବର୍ଗଙ୍କୁ ସାହାର୍ଯ୍ୟ ପାଇଁ ସର୍ବଦା ପ୍ରସ୍ତୁତ ଥିବା କଥା କହିଥିବା ବେଳେ ଏହି ସିଆର୍‌ପିଏଫ୍‌ ଯବାନ ଉନ୍ନତ ଚିକିତ୍ସା ପାଇଁ ସହାଯ୍ୟ ଭିକ୍ଷା କରୁଛନ୍ତି।

କେବଳ ଏତିକି ନୁହେଁ, ଯବାନ ମନୋଜ ସିଂହଙ୍କ ଆଖିରେ ଗୁଳି ବାଜିବା ହେତୁ ଅାଖି ଖରାପ ହୋଇଯାଇଛି। ରିପୋର୍ଟ ମୁତାବକ ତାଙ୍କ ଆଖିର ରଶ୍ମି ପୁଣି ଫେରିପାରିବ, ଅନ୍ତବୁଜୁଳା ପେଟ ଭିତରେ ପୁଣି ପୁରାଯାଇ ପରିବ। କିନ୍ତୁ ଏଥିପାଇଁ ପାଖାପାଖି ୫ରୁ ୭ଲକ୍ଷ ଟଙ୍କା ଆବଶ୍ୟକ ବୋଲି କୁହାଯାଉଛି। ମନୋଜ ପାଖରେ ଏତେଗୁଡ଼ିଏ ଟଙ୍କା ନାହିଁ। ଏହି କାରଣରୁ ଗତ ଚାରିବର୍ଷ ଧରି ଏକ କଷ୍ଟଦାୟକ ଜୀବନ ବଞ୍ଚୁଛନ୍ତି ସେ। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସହିତ ବି ସେ ସାକ୍ଷାତ କରିସାରିଛନ୍ତି। ସେ ପ୍ରତିଶ୍ରୁତି ଦେଇଥିଲେ କି ୫ଲକ୍ଷ ଟଙ୍କାର ସାହାଯ୍ୟ କରିବେ। ତାଙ୍କ ଆବେଦନ  ଦୁଇବର୍ଷ ପୂର୍ବରୁ ସରକାରଙ୍କୁ ପଠାଇ ଦିଆଯାଇଥିଲା। କିନ୍ତୁ ଏଯାବତ୍‌ ତାଙ୍କ ଆବେଦନ ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

ମନୋଜ ତୋମର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସୁରକ୍ଷା ଦାୟିତ୍ୱରେ ଅନେକ ବର୍ଷ କାମ କରିଛନ୍ତି। ମନୋଜଙ୍କ କହିବାନୁସାରେ, ତାଙ୍କୁ ସିଆରପିଏଫ୍‌କୁ ନେଇ କୌଣସି ଅଭିଯୋଗ ନାହିଁ । କିନ୍ତୁ ସରକାର ଓ ତାଙ୍କ ନିୟମକୁ ନେଇ ଅଭିଯୋଗ ଅଛି।

ମନୋଜ ତୋମରଙ୍କ ଏହି ମାମଲା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଛତିଶଗଡ଼ କ୍ୟାଡରର ସିନିୟର ଆଇଏଏସ୍‌ ଅଫିସର ମୋନମଣି ବୋରା ଏହି ମାମଲାରେ ହସ୍ତକ୍ଷେପ କରିଥିଲେ। ଏହାପରେ ଯବାନଙ୍କ ଅବସ୍ଥା ସମ୍ପର୍କରେ ଅବଗତ କରାଇ ଯବାନଙ୍କୁ ସାହାଯ୍ୟ କରିବା ପାଇଁ ଆପିଲ କରିଥିଲେ। ଏହାପରେ ସିଆର୍‌ପିଏଫ ତରଫରୁ ମନୋଜର ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ କୁହାଯାଇଛି।ଏଥିସହିତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ମନୋଜ କୁମାରଙ୍କୁ ଆର୍ଥିକ ସାହାୟତା ଦେବା ସହିତ ତାଙ୍କ ଭାଇକୁ ଚାକିରି ଦେବା ପାଇଁ କହିଛନ୍ତି।

ସମ୍ବନ୍ଧିତ ଖବର