‘ଟୁଇଟର୍‌’ ପରିଚାଳନା ଭାର ଗ୍ରହଣ କରି ‘ସିଇଓ’ ପରାଗ ଅଗ୍ରୱାଲ୍‌ଙ୍କୁ ବହିଷ୍କାର କଲେ ଏଲନ୍‌ ମସ୍କ୍‌: ରି‌ପୋର୍ଟ

ସାନ୍‌ ଫ୍ରାନ୍‌ସିସ୍‌କୋ: ‘ଟୁଇଟର୍‌’ର ପରିଚାଳନା ଭାର ଗ୍ରହଣ କରିବା ପରେ ଏଲନ୍‌ ମସ୍କ୍‌ ଏହାର ପଦସ୍ଥ ଅଧିକାରୀମାନଙ୍କୁ ବହିଷ୍କାର କରିଥିବା କଥା ଗୁରୁବାର ରାତିରେ ଆମେରିକାର ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।

ଅଜ୍ଞାତସୂତ୍ରରୁ ତଥ୍ୟ ସଂଗ୍ରହ କରି ‘ଦି ୱାସିଂଟନ୍‌ ପୋଷ୍ଟ୍‌’ ଏବଂ ‘ସିଏନ୍‌ବିସି’ ରିପୋର୍ଟ କରିଛନ୍ତି ଯେ, ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ପରାଗ ଅଗ୍ରୱାଲ୍‌, କମ୍ପାନିର ଚିଫ୍‌ ଫାଇନାନ୍‌ସିଆଲ୍‌ ଅଫିସର୍‌’ ନେଡ୍‌ ସେଗଲ୍‌ ଏବଂ ‘ଲିଗାଲ୍‌ ପଲିସି, ଟ୍ରଷ୍ଟ୍‌ ଏବଂ ସେଫ୍‌ଟି’ର ମୁଖ୍ୟ ବିଜୟ ଗାଡ୍ଡେଙ୍କୁ ମସ୍କ୍‌ ବହିଷ୍କାର କରିଛନ୍ତି।

ସାମାଜିକ ଗଣମାଧ୍ୟମ ନେଟ୍‌ୱାର୍କ ‘ଟୁଇଟର୍‌’କୁ କିଣିବେ, କିଣିବେ ନାହିଁ ବୋଲି ହେଉଥିବା ମସ୍କ୍‌ଙ୍କୁ ଶୁକ୍ରବାର ସୁଦ୍ଧା କିଣିବା ପ୍ରକ୍ରିୟା ସମ୍ପନ୍ନ କରିବାକୁ ଅଦାଲତ ଆଦେଶ ଦେବା ପରେ ସେ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।

Image Courtesy of India Today

ଉପରୋକ୍ତ ଅଧିକାରୀମାନେ ‘ଫେକ୍‌ ଆକାଉଣ୍ଟ୍‌’ ପ୍ରସଙ୍ଗରେ ତାଙ୍କୁ ଓ ‘ଟୁଇଟର୍‌’ ନିବେଶକମାନଙ୍କୁ ବିଭ୍ରାନ୍ତ କରିଛନ୍ତି ବୋଲି ମସ୍କ୍‌ ଦୋଷାରୋପ କରିଛନ୍ତି।

ଗୁରୁବାର ଦିନ ମସ୍କ୍‌ କହିଛନ୍ତି, ମୁଁ ଶ୍ରଦ୍ଧା କରୁଥିବା ମାନବତାକୁ ଅଧିକ ସାହାଯ୍ୟ କରିବା ଲାଗି ‘ଟୁଇଟର୍‌’ କିଣୁଛି। ବିକ୍ରୟ ଚୁକ୍ତି ଶେଷ କରାଯାଇ ପଠାଯିବା ସମୟରେ ‘ଟୁଇଟର୍‌’ର ସାନ୍‌ ଫ୍ରାନ୍‌ସିସ୍‌କୋ ମୁଖ୍ୟାଳୟରେ ନେଡ୍‌ ସେହଗଲ୍‌ ଓ ପରାଗ ଅଗ୍ରୱାଲ୍‌ ଉପସ୍ଥିତ ଥିଲେ ବୋଲି ‘ରଏଟର୍ସ’ ରିପୋର୍ଟ କରିଛି।

କ୍ରୟ ରାଜିନାମା ସମ୍ପନ୍ନ କରାଯିବାର ଦିନକ ଆଗରୁ ଏଲନ୍‌ ମସ୍କ୍‌ ‘ଟୁଇଟର୍‌’ ମୁଖ୍ୟାଳୟକୁ ଯାଇ ତାଙ୍କର ବାୟୋଡାଟା ପରିବର୍ତ୍ତନ କରି ‘ଚିଫ୍ ଟ୍ବିଟ୍‌’ ବୋଲି ଲେଖିଥିଲେ।

ସମ୍ବନ୍ଧିତ ଖବର