ପାର୍କିଂକୁ ନେଇ କଠୋର ବିଏମ୍‌ସି: ଜନପଥରେ ବ୍ୟବହାର ହେବନି ରସିଦ

ଧାର୍ଯ୍ୟ ସ୍ଥାନ ଛଡ଼ା ବାହାରେ ପାର୍କିଂ କଲେ ଜରିମାନା

ଭୁବନେଶ୍ବର, ୨୭/୧୦(ଇମିସ): ରାଜଧାନୀରେ ଲୋକ ସଂଖ୍ୟା ସହ ଗାଡ଼ି ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଯେଉଁଥିପାଇଁ ପାର୍କିଂ ଜାଗାଗୁଡ଼ିକ ଉପରେ ଚାପ ବଢ଼ୁଛି। ଏଥିରୁ କିଛି ଦଲାଲ ଫାଇଦା ଉଠାଉଛନ୍ତି। ଉଦ୍ଦିଷ୍ଟ ଜାଗା ବ୍ୟତୀତ ଅନ୍ୟ ସ୍ଥାନରେ ପାର୍କିଂ ହୋଇପାରିବ ନାହିଁ। ଅନ୍ୟ ଜାଗାରେ ଗାଡ଼ି ରଖି କେହି ପାର୍କିଂ ଫି’ ଆଦାୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମସି ଘୋଷଣା‌ କରିଛି। ଜନପଥରେ ହେଉଥିବା କାର୍‌ ପାର୍କିଂରେ ରସିଦ୍‌ ପାଇଁ କେବଳ ମେସିନ୍‌ ବ୍ୟବହାର ହେଉଛି। ବାଇକ୍‌ ପାର୍କିଂରେ ମଧ୍ୟ କାଗଜ ବା ହାତଲେଖା ରସିଦ ବ୍ୟବହାର ବାରଣ କରାଯାଇଛି। ଏବେ ସବୁ ଜାଗାରେ କାଗଜ ରସିଦ୍‌ ବ୍ୟବହାର ବନ୍ଦ କରିବାକୁ ବିଏମ୍‌ସି ପଦକ୍ଷେପ ନେଉଛି। ବେଆଇନ ପାର୍କିଂ କରି ଅର୍ଥ ଆଦାୟ କରୁଥିବା ୫ଜଣଙ୍କ ନାମରେ ବିଏମ୍‌ସି ଏତଲା ଦେଇ ସାରିଛି। ଆଗକୁ ଏହି କାର୍ଯ୍ୟାନୁଷ୍ଠାନ ଜୋରଦାର ହେବାକୁ ଯାଉଛି। ‌ଏଥିସହିତ ଜନସାଧାରଣ ଅଭିଯୋଗ କରିବାକୁ ବିଏମ୍‌ସି ଦୁଇଟି ମୋବାଇଲ ନମ୍ବର ଜାରି କରିଛି।

ନିମ୍ନଲିଖିତ ପ୍ୟାକେଜ୍‌ଗୁଡ଼ିକରେ ଥିବା ପାର୍କିଂ ଜାଗାରେ ଧାର୍ଯ୍ୟ ସମୟରେ ଦୁଇଥର ପାର୍କିଂ ଫି’ ଦେବାକୁ ପଡ଼ିବ ନାହିଁ

 

 

ସମ୍ବନ୍ଧିତ ଖବର