୮ ମିଲିୟନ୍‌ ଡଲାର୍‌ ଠକିଥିବା ନକଲି ସାଉଦୀ ରାଜକୁମାରଙ୍କୁ ୧୮ ବର୍ଷ ଜେଲ୍‌ଦଣ୍ଡ

ନୂଆଦିଲ୍ଲୀ: ପ୍ରାୟ ୩୦ ବର୍ଷ ହେବ ସାଉଦୀ ରାଜକୁମାର କହି ଅସଂଖ୍ୟ ଲୋକଙ୍କ ଠାରୁ ୮ ମିଲିୟନ୍‌ ଡଲାରରୁ ଊର୍ଦ୍ଧ୍ୱ ଠକି ନେଇଥିବା ଫ୍ଲୋରିଡାର ଜଣେ ବ୍ୟକ୍ତିଙ୍କୁ ୧୮ ବର୍ଷ କାରାଦଣ୍ଡାଦେଶ ହୋଇଛି।

ନିଜକୁ ଖଲିଦ୍‌ ବିନ୍‌ ଅଲ୍‌-ସାଉଦ ବୋଲି କହୁଥିବା ସେ ନକଲି ସାଉଦୀ ରାଜକୁମାର ହେଉଛନ୍ତି ୪୮ ବର୍ଷିୟ ଆନ୍ଥୋନି ଜିଗ୍‌ନାକ୍‌।
ଅନେକ ଲୋକ ଆନ୍ଥୋନି ଜିଗ୍‌ନାକ୍‌ଙ୍କ ବ୍ୟାଙ୍କ୍‌ ଖାତାରେରେ ଅର୍ଥ ଜମା କରିଛନ୍ତି। ଏହି ଅର୍ଥ ରାଜକୁମାର ବିନିଯୋଗ କରିବେ ବୋଲି ସେମାନଙ୍କର ଧାରଣା ଥିଲା।

କିନ୍ତୁ, ନକଲି ସାଉଦୀ ରାଜକୁମାର ସେ ଅର୍ଥକୁ ଘରୋଇ ଜେଟ୍‌, ୟଟ୍‌ ଏବଂ ଫେସନ୍‌ବାଜ୍‌ ପୋଷାକପତ୍ରରେ ଖର୍ଚ୍ଚ କଲେ।

ଜିଗ୍‌ନାକ୍‌ ମିଆମିର ଫିସର୍‌ ଆଇଲାଣ୍ଡ୍‌ରେ ବାସ କରନ୍ତି ଓ ଜାଲ୍‌ ଡିପ୍ଲୋମାଟିକ୍‌ ଲାଇସେନ୍‌ସ୍‌ ପ୍ଲେଟ୍‌ରେ ଫେରାରି କାର୍‌ ଚଳାନ୍ତି। ତାଙ୍କୁ ବେଢ଼ି ରହିଥାନ୍ତି ଜାଲ୍‌ ଡିପ୍ଲୋମାଟିକ୍‌ କାଗଜପତ୍ରଧାରୀ ଗୁଡ଼ାଏ ଅଙ୍ଗରକ୍ଷୀ।

ଏମିତି ତିନି ଦଶନ୍ଧି ବିତି ଯିବା ପରେ ଆନ୍ଥୋନି ଜିଗ୍‌ନାକ୍‌ ଘୁଷୁରି ମାଂସ ଉତ୍ପାଦ ଖାଉଥିବା ଦେଖିଥିଲେ ଜଣେ ରିୟଲ୍‌ ଇଷ୍ଟେଟ୍‌ ଡେଭ୍‌ଲପର୍‌ ଦେଖିଥିଲେ। ସାଧାରଣତଃ ମୁସଲମାନମାନେ ଏହା ସ୍ପର୍ଶ କରନ୍ତି ନାହିଁ।

ନଭେମ୍ବର ୨୦୧୭ରେ ଗିରିଫ କରାଯାଇଥିଲା।

ସମ୍ବନ୍ଧିତ ଖବର