ବ୍ରିଟିଶ ଅମଳର ପ୍ରତିରକ୍ଷା ଜମି ନୀତିରେ ସଂସ୍କାର ଆଣିବେ ସରକାର, ବେସାମରିକ ପ୍ରକଳ୍ପ ପାଇଁ ପ୍ରତିରକ୍ଷା ଜମି ଅଧିଗ୍ରହଣ କରିହେବ

ନୂଆଦିଲ୍ଲୀ : ଏଣିକି ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନରେ ଆସୁଥିବା ଜମିକୁ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଚ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଅଧିଗ୍ରହଣ କରିହେବ । କେନ୍ଦ୍ର ସରକାର ପ୍ରାୟ ୨୫୦ ବର୍ଷ ପୁରୁଣା ପ୍ରତିରକ୍ଷା ଜମି ନୀତିରେ ସଂସ୍କାର ଲାଗି ମଂଜୁରୀ ଦେବା ପରେ ଏଣିକି ଏହା ସମ୍ଭବ ହୋଇପାରିବ ।

ବର୍ତ୍ତମାନ ପ୍ରଚଳିତ ପ୍ରତିରକ୍ଷା ଜମି ନୀତି ୧୭୬୫ ମସିହାରୁ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନି ଅମଳରୁ ଚାଲିଆସୁଛି । ଏହି ନୀତି ଅନୁସାରେ ପ୍ରତିରକ୍ଷା ବିଭାଗ ଅଧିନରେ ଥିବା ଜମି କୌଣସି ବେସାମରିକ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରିହେବ ନାହିଁ । ଏପରିକି କ୍ୟାଣ୍ଟନମେଣ୍ଟଗୁଡ଼ିକରେ ଥିବା  କୋଠା ବା କ୍ବାର୍ଟରଗୁଡ଼ିକୁ କୌଣସି ବେସାମରିକ ବ୍ୟକ୍ତି ବା ଅନୁଷ୍ଠାନ କିଣିପାରିବେ ନାହିଁ ।

କିନ୍ତୁ ଏହି ନୀତିରେ ସଂସ୍କାର ଆସିବା ପରେ ଏବେ ବ୍ରିଜ୍, ମେଟ୍ରୋ ଟ୍ରେନ, ସଡ଼କ, ଫ୍ଲାଏଓଭର ଆଦି ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପଗୁଡ଼ିକ ପାଇଁ ପ୍ରତିରକ୍ଷା ଜମି ଅଧିଗ୍ରହଣ କରିହେବ । ବେସାମରିକ ପ୍ରଶାସନ ସମାନ ପରିମାଣର ଜମି କିମ୍ବା ଉକ୍ତ ଜମିର ବଜାର ମୂଲ୍ୟ ପ୍ରଦାନ କରି ଜମି ଅଧିଗ୍ରହଣ କରିପାରିବେ । ଏହାସହିତ ସମାନ ମୂଲ୍ୟର ଭିତ୍ତିଭୂମି ନିର୍ମାଣ କରି ଜମି ଅଧିଗ୍ରହଣ କରିହେବ ।

ସମ୍ବନ୍ଧିତ ଖବର