କରୋନାରେ ମୃତ୍ୟୁ ହୋଇଥିବା ମହିଳାଙ୍କୁ ଅନ୍ତିମ ସଂସ୍କାର ପାଇଁ ନେଇ ଥିବା ବେଳେ ଥକି ପଡ଼ି ଶୋଇ ପଡ଼ିଛନ୍ତି କରୋନା ଯୋଦ୍ଧା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ କରୋନା ଯୋଦ୍ଧାଙ୍କ ଫଟୋ ଘୁରି ବୁଲୁଛି। ଏହି ଫଟୋରେ ଉକ୍ତ କରୋନା ଯୋଦ୍ଧା ଜଣକ ପିପିଇ କିଟ ପିନ୍ଧି ଚଟାଣରେ ଶୋଇ ପଡ଼ିଥିବା ଦେଖିବାକୁ ମିଳୁଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଫଟୋରେ ଥିବା ସ୍ୱାସ୍ଥ୍ୟକର୍ମୀ ଜଣକ କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ପ୍ରାଣହରାଇ ଥିବା ଜଣେ ମହିଳାଙ୍କ ଅନ୍ତିମ ସଂସ୍କାର କରିବାକୁ ଯାଇଥିବା ସମୟରେ ଥକି ପଡ଼ି ଚଟାଣରେ ଶୋଇ ପଡ଼ିଛନ୍ତି।

16) Each confirmed patient infects 2 to 3 people, say British ...
CNN.com

ଏହି ଫଟୋକୁ ଫଟୋଗ୍ରାଫର ଅଦନାନ ଅବିଦି ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାକୁ ଆଇଏଏସ୍‌ ଅଓ୍ଵନିଶ ଶରଣ ବି ସେୟାର କରିଛନ୍ତି। ସେ ଏହି ଫଟୋକୁ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି, ‘କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିବା ଜଣେ ମହିଳାଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ଆଣିଥିବା ସ୍ୱାସ୍ଥ୍ୟକର୍ମୀ ଜଣକ ଥକି ପଡ଼ିଛନ୍ତି। ଆଉ ଟିକିଏ ବିଶ୍ରାମ ପାଇଁ ପିପିଇ କିଟ ପିନ୍ଧିଥିବା ଅବସ୍ଥାରେ ଚଟାଣରେ ଗଡ଼ି ପଡ଼ିଛନ୍ତି। କରୋନା କାଳରେ କରୋନା ଯୋଦ୍ଧାଙ୍କ ଅବଦାନ କେବଳ ଆଜି ନୁହେଁ ଆଗାମୀ ଦିନରେ ଇତିହାସରେ ମନେ ରହିଥିବ। ଏହି ଫଟୋଟି ଦିଲ୍ଲୀର ବୋଲି କୁହାଯାଉଛି।

 

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୯ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୧,୫୩,୦୧୦ ଜଣ କରୋନାଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି। ଆଜି ସବୁ ଦିନର ରେକର୍ଡ ଭାଙ୍ଗିଛି କରୋନା। ଏହି ଭୂତାଣୁ ଦ୍ଵାରା କବଳିତ ହୋଇ ୨୪ଘଣ୍ଟାରେ ସର୍ବାଧିକ୬୪,୩୯୯ଜଣ କରୋନା ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି। ଗତ କିଛି ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା କମ ହୋଇଥିବା ବେଳେ ଆଜି ୨୪ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪,୦୦୦ ପାର କରିଛି।

ସମ୍ବନ୍ଧିତ ଖବର