କଣ୍ଟେନମେଣ୍ଟ ଜୋନ୍‌ରୁ ପୁଣି ୩୨ ପଜିଟିଭ୍‌ ଚିହ୍ନଟ, କଟକରେ ଆଜି ୧୨୨ ଜଣ କରୋନା ଆକ୍ରାନ୍ତ

କଟକ: ମାଲଗୋଦାମ ବେହେରା ସାହି ଓ ଜଲୁଆ ସାହି କଣ୍ଟେନମେଣ୍ଟ ଜୋନ୍‌ରୁ ଆଜି ୩୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୧ ଜଣ ପୁରୁଷ ହୋଇଥବା ବେଳେ ୧୧ ଜଣ ମହିଳା। ଏଥି ସହିତ କଟକ ସହରର ବିଭିନ୍ନ ଅଂଚଳରେୁ ଆଜି ମୋଟ ୧୨୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣ ସଂଗରୋଧରୁ ଥିବା ବେଳେ ୩୧ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଜଲୁଆ ସାହି କଣ୍ଟେନମେଣ୍ଟ ଜୋନରୁ ୧୫ ଜଣ ପୁରୁଷ ଓ ୯ ଜଣ ମହିଳା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବେହେର ସାହି କଣ୍ଟେନମେଣ୍ଟ ଜୋନରୁ ୬ ଜଣ ପୁରୁଷ ଓ ୨ ଜଣ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, କଟକ ସହରରେ ଏବେ ସୁଦ୍ଧା ୧୬୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୮୧୪ ଜଣ ସୁସ୍ଥ ହୋଇଛନ୍ତି। ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୮୪୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ଆଜି ସଂଗରୋଧରୁ ମୋଟ ୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୪ ଜଣ କୋଭିଡ ଯୋଦ୍ଧାଙ୍କ ସମେତ ୧୧ ଜଣ ସରକାରୀ ସଂଗରୋଧରୁ ଆକ୍ରାନ୍ତ ହୋଇଛନ୍ତି। ଏସ୍‌ସିବି ଆଇସୋଲେସନରୁ ୨ କୋଭିଡ ଯୋଦ୍ଧା ସମେତ ୫ ଜଣ ଓ ସହରର ଅନ୍ୟ ସ୍ଥାନରୁ ୨ କୋଭିଡ ଯୋଦ୍ଧା ସମେତ ୬ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି।

ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୬ ଜଣ କେବଳ ଓଏସ୍‌ଏପି ୬ଷ୍ଠ ବାଟାଲିଅନର ୧୬ ଜଣ କର୍ମଚାରୀ। ୧୦ ଜଣ ତେଲେଙ୍ଗା ବଜାର, ୭ ଜଣ ମାଛୁଆ ବଜାର, ୪ ଜଣ ସାମନ୍ତ ସାହି, ମଙ୍ଗଳବାଗ, ମଧୁପାଟଣାରୁ ୩ ଜଣ ଲେଖାଏଁ, ସିଡିଏ ସେକ୍ଟର-ବିରୁ ୨ ଜଣ ଓ ରାଜାବଗିଚା, ଷଣ୍ଢପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର