ପାକିସ୍ତାନରେ ଆଲୋଡ଼ନ: ଇମ୍ରାନଙ୍କୁ ସମାଲୋଚନା କଲେ ପାକ୍‌ ରାଷ୍ଟ୍ରଦୂତ

ଇସଲାମାବାଦ : ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଏବେ ତାଙ୍କ ଦେଶର ରାଷ୍ଟ୍ରଦୂତ ସମାଲୋଚନା କରିଛନ୍ତି। ସର୍ବିୟାରେ ଅବସ୍ଥାପିତ ପାକିସ୍ତାନର ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟର ଅଫିସିଆଲ ଟ୍ବିଟର ହ୍ୟାଣ୍ଡଲରେ ଏକ ବାର୍ତ୍ତା ପୋଷ୍ଟ କରାଯାଇଛି। ସେଥିରେ କୁହାଯାଇଛି ସରକାରୀ କର୍ମଚାରୀମାନେ ଗତ ୩ ମାସ ହେଲା ଦରମା ପାଇନାହାନ୍ତି। ଆଉ କେତେଦିନ ସରକାରୀ ଅଧିକାରୀମାନେ ନିରବ ରହିବେ ବୋଲି ଏଥିରେ ପଚରାଯାଇଛି। ଏହି ବାର୍ତ୍ତା ପାକିସ୍ତାନରେ ଆଲୋଡ଼ନ ସୃଷ୍ଟି କରିଛି। ସରକାରୀ ଅଧିକାରୀଙ୍କଠାରୁ ଇମ୍ରାନ ଖାନ୍ ବି‌ଦ୍ରୋହର ସମ୍ମୁଖୀନ ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

ତେବେ ଇମ୍ରାନ ଖାନ୍‌ଙ୍କ ଡିଜିଟାଲ ମିଡିଆ ପରିଚାଳନା କରୁଥିବା ଅଧିକାରୀ ଡ ଅର୍ସଲାନ ଖଲିଦ ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି ଦେଶର ବୈଦେଶିକ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସର୍ବିୟାରେ ଅବସ୍ଥାପିତ ପାକିସ୍ତାନ ରା‌ଷ୍ଟ୍ରଦୂତଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯାଇଥିଲା। ଦେଢ଼ ଘଣ୍ଟା ପରେ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ପକ୍ଷରୁ ‌ପୋଷ୍ଟ କରାଯାଇଥିବା ଟ୍ବିଟ୍‌କୁ ହଟାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର