ସିଙ୍ଗାପୁର ଗୀର୍ଜାରେ ମହିଳାଙ୍କୁ ଆଲିଙ୍ଗନ କରିଥିବା ଭାରତୀୟଙ୍କୁ ୫ ଦିନ ଜେଲ୍‌ ଓ ୧. ୩୦ ଲକ୍ଷ ଟଙ୍କା ଜରିମାନା

ସିଙ୍ଗାପୁର: ଗୋଟାଏ ଗୀର୍ଜାରେ ଜଣେ ମହିଳାଙ୍କୁ ଆଲିଙ୍ଗନପୂର୍ବକ ଅଭଦ୍ରୋଚିତ ସ୍ପର୍ଶ କରିଥିବା କାରଣରୁ ମଙ୍ଗଳବାର ଦିନ ଜଣେ ୨୭ ବର୍ଷିୟ ଭାରତୀୟଙ୍କୁ ୫ ଦିନ ଜେଲ୍‌ ଓ ଭାରତୀୟ ମୁଦ୍ରାରେ ପ୍ରାୟ ୧. ୩୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ଗତବର୍ଷ ସେପ୍ଟେମ୍ବର୍‌ ୨୯ ତାରିଖ ଦିନ ପ୍ରାୟ ୧ଟା ବେଳେ ରାଜେନ୍ଦ୍ରନ୍‌ ପ୍ରକାଶ ନାମକ ସେ ବ୍ୟକ୍ତିଜଣକ ‘ଚର୍ଚ ଅଫ୍‌ ଆଓ୍ଵାର୍‌ ଲେଡି ଲର୍ଡେସ୍‌’ରେ ନିଶାସକ୍ତ ଅବସ୍ଥାରେ ପ୍ରବେଶ କରିବା ବେଳେ ଜଣେ ମହିଳାଙ୍କୁ କୋଳଗ୍ରତ କରି ପକାଇଥିଲେ ବୋଲି ଚାନେଲ୍‌ ନିଉଜ୍‌ ଏସିଆ ରିପୋର୍ଟ କରିଥିଲା।

ଏୟୁ ସେଙ୍ଗ୍‌ କି ନାମକ ଜଣେ ଅବସରପ୍ରାପ୍ତ ବ୍ୟକ୍ତି ଏ କଥା ଦେଖି ପାରି ସେ ମହିଳାଙ୍କୁ ରାଜେନ୍ଦ୍ରନଙ୍କ ଠାରୁ ଦୂରେଇ ଯିବାକୁ କହିଥିଲେ, କିନ୍ତୁ ରାଜେନ୍ଦ୍ରନ୍‌ ସେ ମହିଳାଙ୍କୁ ଅନୁଧାବନ କରି ଉପାସନା ସ୍ଥଳରେ କଦର୍ଯ୍ୟ ଆଚରଣ ଦେଖାଇଥିଲେ ବୋଲି ଅଦାଲତ କହିଛନ୍ତି।

ଅନ୍ୟ ଜଣେ ୪୯ ବର୍ଷିୟ ବ୍ୟକ୍ତି, ଗ୍ଲାଡିଷ୍ଟନ୍‌ ଜୋସେଫ୍‌ ସେଠାରେ ପହଞ୍ଚି ହସ୍ତକ୍ଷେପ କରିବା ବେଳେ ରାଜେନ୍ଦ୍ରନ୍‌ଙ୍କ ମୁହଁରୁ ମଦ ଗନ୍ଧ ବାହାରୁଥିବା ଜାଣିପାରିଥିଲେ। ତାଙ୍କୁ ମଧ୍ୟ ରାଜେନ୍ଦ୍ରନ୍‌ ଚାପୁଡ଼ାଏ ପକାଇଥିଲେ। ଏହାପରେ ସେମାନେ ରାନ୍ଦ୍ରେନ୍‌ଙ୍କୁ ତଳେ ପକାଇ ମାଡ଼ିବସିବା ସହ ପୁଲିସକୁ ଡାକିଥିଲେ।

ଏହାପରେ ରାଜେନ୍ଦ୍ରନ୍‌ ଗୀର୍ଜା ନିକଟରେ ପ୍ରବାହିତ ରୋଚର୍‌ କେନାକୁ ଡେଇଁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ପୁଲିସ ମଧ୍ୟ ତାଙ୍କ ପଛେ ପଛେ ପାଣିକୁ ଡେଇଁ ତାକୁ ଧରି ଗିରଫ କରିଥିଲା।

ସମ୍ବନ୍ଧିତ ଖବର