ଡେଙ୍ଗୁ ମୁକାବିଲା ପାଇଁ ଉପକାରୀ ମଶା ଜନ୍ମ କରାଇଲେ ଇଣ୍ଡୋନେସିଆର ଗବେଷକ

ନୂଆଦିଲ୍ଲୀ: ଡେଙ୍ଗୁବାହୀ ମଶାଙ୍କ ସହ ମୁକାବିଲା କରିବା ଲାଗି ଉଣ୍ଡୋନେସିଆର ଗବେଷକମାନେ ଏକ ଉପକାରୀ ପ୍ରଜାତିର ମଶା ଜନ୍ମ କରାଇଛନ୍ତି। ଏହି ଉପକାରୀ ପ୍ରଜାତିର ମଶାଙ୍କ ଦେହରେ ଥିବା ଏକ ଜାତିର ‘ବ୍ୟାକ୍ଟେରିଆ’ ସେମାନଙ୍କ ଦେହରେ ଡେଙ୍ଗୁ ଭୂତାଣୁଙ୍କ ବଂଶ ବଢ଼ାଇ ଦିଏ ନାହିଁ।

ମଶା, ଫଳମାଛି, ରାତ୍ରୀଚର ପ୍ରଜାପତି, କଙ୍କି ଏବଂ ପ୍ରଜାପତି ସମେତ ୬୦% ପତଙ୍ଗଙ୍କ ଶରୀରରେ ପ୍ରାକୃତିକ ଭାବେ ନାମକ ଏହି ‘ବ୍ୟାକ୍ଟେରିଆ’ ବା ଅଣୁଜୀବ ରହିଥାଏ। କିନ୍ତୁ, ଡେଙ୍ଗୁବାହୀ ‘ଏଡିସ୍‌ ଏଜିପ୍ଟି’ ମଶାଙ୍କ ଦେହରେ ‘ଓ୍ଵଲ୍‌ବାଚିଆ’ ନ ଥାନ୍ତି ବୋଲି ଉକ୍ତ ଗବେଷଣା ଆରମ୍ଭ କରିଥିବା ଲାଭରହିତ ‘ଓ୍ଵାର୍ଲଡ୍‌ ମସ୍କିଟୋ ପ୍ରୋଗ୍ରାମ୍‌’ (ଡବ୍ଲୁଏମ୍‌ପି) କହିଛି।

Image Courtesy of The Atlantic

‘ଡବ୍ଲୁଏମ୍‌ପି’ର ଅନ୍ୟତମ ସଦସ୍ୟା ପୂର୍ବନ୍ତୀ କହନ୍ତି, ନୀତି ଅନୁସାରେ ଆମେ ଉପକାରୀ ମଶା ଜାତ କରାଇଛୁ। ‘ଓ୍ଵଲ୍‌ବାଚିଆ’ବାହୀ ମଶା ଓ ‘ଡେଙ୍ଗୁ’ବାହୀ ମଶାଙ୍କ ସଙ୍ଗମରୁ ‘ଉପକାରୀ’ ବା ‘ଓ୍ଵଲ୍‌ବାଚିଆ ମଶା’ ଜାତ ହେବେ। ଏହି ମଶା କାମୁଡ଼ିଲେ ବି ଲୋକଙ୍କୁ ଡେଙ୍ଗୁ ହେବନାହିଁ।

୨୦୧୭ ମସିହାରୁ ଏ ସଂକ୍ରାନ୍ତରେ ଅଷ୍ଟ୍ରେଲିଆର ମୋନାସ ୟୁନିଭର୍ସିଟି ଏବଂ ଇଣ୍ଡୋନେସିଆର ଗାଦଜା ମାଦା ୟୁନିଭର୍ସିଟିରେ ‘ଡବ୍ଲୁଏମ୍‌ପି’ ଅଧ୍ୟୟନ କରୁଥିଲା। ପରୀକ୍ଷା ନିମନ୍ତେ ଡେଙ୍ଗୁ ଜ୍ୱର ପ୍ରପୀଡ଼ିତ ଇଣ୍ଡେନେସୀୟ ସହର ଯୋଗୟକର୍ତାର ‘ରେଡ୍‌ ଜୋନ୍‌’ରେ ପରୀକ୍ଷାଗାରେ ଜନ୍ମିତ ‘ଓ୍ଵଲବାଚିଆ ମଶା’ ଛଡ଼ାଯାଇଥିଲା।

ଜୁନ୍‌ ମାସରେ ‘ନିୟୁ ଇଂଲଣ୍ଡ୍‌ ଜର୍ଣ୍ଣାଲ୍‌ ଅଫ୍‌ ମେଡିସିନ୍‌’ରେ ଏହି ପରୀକ୍ଷା ଫଳର ସଫଳତା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର