ଆଇପିଏଲ-୨୦୨୪ର ଦ୍ବିତୀୟ ପର୍ଯ୍ୟାୟ: ଭାରତ ବାହାରେ ହେବା ନେଇ ଚର୍ଚ୍ଚା

କୋଲକାତା: ଆଇପିଏଲ୍-୨୦୨୪ର ପ୍ରଥମ ପର୍ଯ୍ୟାୟ ସିଡ୍ୟୁଲ ଘୋଷଣା କରାଯାଇ ସାରିଛି। ତେବେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଦ୍ବିତୀୟ ପର୍ଯ୍ୟାୟ ସିଡ୍ୟୁଲ ଭାରତରେ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଭାରତରେ ଲୋକସଭା ନିର୍ବାଚନ ଏପ୍ରିଲ୍ ୧୯ରୁ ଜୁନ୍ ୧ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ କରାଯିବ। ଏହା ମଧ୍ୟରେ ଆଇପିଏଲର ଦ୍ବିତୀୟ ପର୍ଯ୍ୟାୟ ପଡୁଛି।
କିନ୍ତୁ ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୁମତ ବାରମ୍ବାର କହି ଆସୁଛନ୍ତି ଯେ, ଆଇପିଏଲର ଦ୍ବିତୀୟ ପର୍ଯ୍ୟାୟର ଆୟୋଜନ ଭାରତରେ ହିଁ କରାଯିବ।
ନିର୍ବାଚନ ଭେନ୍ୟୁ ଏବଂ ତାରିଖ ପରେ ଅଇପିଏଲର ଦ୍ବିତୀୟ ପର୍ଯ୍ୟାୟର ଭେନ୍ୟୁ ଧାର୍ଯ୍ୟ କରାଯିବ। ତେବେ ଲୋକସଭା ନିର୍ବାଚନରେ ଅଇପିଏଲ ଦ୍ବିତୀୟ ପର୍ଯ୍ୟାୟ ସିଡ୍ୟୁଲ ଅନୁସାରେ ମ୍ୟାଚ୍ କରାଇବା ବିସିସିଆଇ ପାଇଁ କାଠିକର ପାଠ ହେବ ବୋଲି କୁହାଯାଉଛି।

ଏହା ପରେ ଜୁନ୍ ୧ରୁ ଟି-୨୦ ବିଶ୍ବକପ ଆରମ୍ଭ ହେବ। ଟିମ୍ ଇଣ୍ଡିଆ ଏଥିରେ ଯୋଗଦେବ। ଏହା ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବ। ତେଣୁ ଆଇପିଏଲର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ମଧ୍ୟରେ ଭାରତରେ ହେବା ପ୍ରାୟ ସମ୍ଭବ ନୁହେଁ ବୋଲି କୁହାଯାଉଛି।

ଭାରତ ବାହାରେ ‌ମ୍ୟାଚ୍ ହେଲେ ଭାରତୀୟ ସମର୍ଥକଙ୍କ ଦ୍ବାରା ଆଇପିଏଲ ନେଇ କରାଯାଉଥିବା ପ୍ରଚାର ଫିକା ପଡ଼ିବାର ଆଶଙ୍କା ରହିଛି। କାରଣ ବିଦେଶରେ ଜୋରଦାର ପ୍ରଚାର ହେବା ଆଶା ଆଶଙ୍କାରେ ନିଶ୍ଚିତ ରହିବ। ଆଇପିଏଲ ଟି-୨୦ ବିଶ୍ବକପ ପୂର୍ବରୁ ମଧ୍ୟ କରାଯିବା ଜରୁରୀ। ନ ହେଲେ ବିଶ୍ବକପ ମଧ୍ୟ ଟିମ୍ ଇଣ୍ଡିଆ ହାତରୁ ଯିବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର