ଇରାନ : ଜଣେ ଆନ୍ଦୋଳନକାରୀକୁ ଫାଶୀ

ତେହେରାନ : ଇରାନ ସରକାର ପ୍ରଥମ ଥର ପାଇଁ ଜଣେ ଆନ୍ଦୋଳକାରୀକୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ଫାଶୀ ପାଇଥିବା ବ୍ୟକ୍ତିଙ୍କ ନାଁ ମେହସିନ ସେକାରି ବୋଲି ଇରାନର ନ୍ୟୁଜ ଏଜେନ୍ସି ତାସନିମ କହିଛି ।

ଆନ୍ଦୋଳନବେଳେ ଜଣେ ସୁରକ୍ଷାକର୍ମୀଙ୍କୁ ଛୁରୀରେ ଆହତ କରିବା ଏବଂ ତେହେରାନର ରାସ୍ତା ଅବରୋଧ କରିଥିବା ଅଭିଯୋଗରେ ତାଙ୍କୁ  ଦୋଷୀ ସାବ୍ୟସ୍ତ କରାଯିବା ପରେ ଫାଶୀ ଦିଆଯାଇଛି । ସରକାର ବିରୋଧୀ ଅଶାନ୍ତିକୁ ନେଇ ଏପରି ପ୍ରଥମ ଫାଶୀ ଦଣ୍ଡ।

ଇରାନ ସରକାର ଆଗାମୀ ଦିନରେ ଆଉ କିଛି ଆନ୍ଦୋଳନକାରୀଙ୍କୁ ଫାଶୀ ଦେବାର ସମ୍ଭାବନା ରହିଛି । ଏପର୍ଯ୍ୟନ୍ତ ଇରାନ ସରକାର ୬ ଜଣ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ଏଣୁ ଏମାନଙ୍କୁ ଆଗାମୀ ଦିନରେ ଫାଶୀ ଦିଆଯାଇପାରେ ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବରରେ ମାସା ଅମିନିଙ୍କ ମୃତ୍ୟୁପରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ବି ଜାରି ରହିଛି । ଏହି ଆନ୍ଦୋଳନରେ ଏପର୍ଯ୍ୟନ୍ତ ୪୮୮ରୁ ଅଧିକ  ଲୋକ ପ୍ରାଣ ହରାଇସାରିଲେଣି ବୋଲି ଇରାନୀୟ ମାନବାଧିକାର ସଂସ୍ଥା କହିଛି । ମୃତକଙ୍କ ମଧ୍ୟରେ ୬୦ ଜଣ ଶିଶୁ ଓ ୨୯ ଜଣ ମହିଳା ରହିଛନ୍ତି । ମୃତକଙ୍କ ମଧ୍ୟରେ କିଛି ପୁଲିସ ଓ ରିଭୋଲ୍ୟୁସନାରୀ ଗାର୍ଡ ବି ଅଛନ୍ତି । ଏହି ଆନ୍ଦୋଳନକୁ  ବନ୍ଦ କରିବାକୁ ଇରାନ ସରକାର କଠୋର ଅଭିମୁଖ୍ୟ ଗ୍ରହଣ କରିଥିଲେ ବି ସବୁ ଉଦ୍ୟମ ବିଫଳ ହୋଇଛି ।

 

ସମ୍ବନ୍ଧିତ ଖବର