ଜେଏନ୍‌ୟୁ ଆକ୍ରମଣ : ମୁଖାଧାରୀଙ୍କ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ସୁରାକ ମିଳିଲା

ନୂଆଦିଲ୍ଲୀ : ଜେଏନ୍‌ୟୁ ଛାତ୍ର ସଂସଦ ସଭାପତିଙ୍କ ଉପରେ ହୋଇଥିବା ଆକ୍ରମଣ ଏବଂ କ୍ୟାମ୍ପସ ମଧ୍ୟରେ ଭଙ୍ଗାରୁଜା ଘଟଣାରେ ଜଡ଼ିତ ମୁଖାଧାରୀଙ୍କ ବିଷୟରେ ଦିଲ୍ଲୀ ପୁଲିସ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି। ପୁଲିସ କେତେକ ମୁଖାଧାରୀଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ଏସବୁ ତଥ୍ୟ ଆଦାୟ କରିପାରିଛି। ସୂଚନାଯୋଗ୍ୟ, ଏହି ଘଟଣାରେ ଜେଏନ୍‌ୟୁ ପ୍ରଫେସରଙ୍କ ସମେତ ମୋଟ ୧୧ଟି ଅଭିଯୋଗ ପୁଲିସ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ବର୍ତ୍ତମାନ ଜେଏନ୍‌ୟୁରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ତେବେ ଏଠାରେ ପୁଲିସ ମୁତୟନ ଜାରି ରହିବ ବୋଲି ଡିସିପି ଦେବେନ୍ଦର ଆର୍ଯ୍ୟ କହିଛନ୍ତି। ସୂଚନାଯୋଗ୍ୟ, ଗତ ରବିବାର କେତେକ ଦୁର୍ବୃତ୍ତ ଠେଙ୍ଗା, ଲୁହା ରଡ୍‌, ପଥର ସାହାଯ୍ୟରେ ଛାତ୍ର ସଂସଦ ସଭାପତିଙ୍କ ଉପରେ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ। ‌

ସମ୍ବନ୍ଧିତ ଖବର