ବାପାଙ୍କ ପାଇଁ ବଳଦଗାଡ଼ିରେ ଚଢ଼ି ପ୍ରଚାର କଲେ ପୁଅ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ଗୁନା ସଂସଦୀୟ ଆସନରୁ ନିର୍ବାଚନ ପଡ଼ିଆକୁ ଓହ୍ଲାଇଛନ୍ତି। ତୃତୀୟ ପର୍ଯ୍ୟାୟରେ ଗୁନା ଆସନରୁ ଭୋଟ ହେବ। ତେଣୁ ସିନ୍ଧିୟା ପରିବାର ନିର୍ବାଚନ ପ୍ରଚାରକୁ ଜୋର ‌ଦେଇଛନ୍ତି।

ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ପାଇଁ ସ୍ତ୍ରୀ ପ୍ରିୟଦର୍ଶିନୀ ସିନ୍ଧିୟା ଏବଂ ପୁଅ ମହାଆ‌ର୍ଯମନ ସିନ୍ଧିୟା ନିର୍ବାଚନ ପ୍ରଚାର କରୁଛନ୍ତି। ଏହି ପ୍ରଚାର ସମୟରେ ମହାଆ‌ର୍ଯମନ ଏକ ବଳଦଗାଡ଼ିର ବ୍ୟବହାର କରିଛନ୍ତି। ଏହି ଗାଡ଼ିରେ ଚଢ଼ି ସେ ବାପାଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ  ହୋଇଛି।

 

ମହାଆ‌ର୍ଯମନ ଶୁକ୍ରବାର ବମୋରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପହଞ୍ଚି ବାପା କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ପାଇଁ ବଳଦଗାଡ଼ିରେ ଚଢ଼ି ନିର୍ବାଚନ ପ୍ରଚାର କରିଥିଲେ। ଏହି ସମୟରେ ସେ  ଚାଷୀମାନଙ୍କ ଅସୁବିଧା ବୁଝିବା ସହିତ ତାର ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୃତି ଦେଇଥିଲେ। ଏଥିସହିତ ବିଜେପି ସରକାରଙ୍କ ଗୁଣଗାନ କରିଥିଲେ।

ବାପା ଜ୍ୟୋତିରାଦିତ୍ୟଙ୍କ ପାଇଁ ପୁଅ ମହାଆ‌ର୍ଯମନଙ୍କ ଏଭଳି ପ୍ରଚାର ଖୁବ ଚର୍ଚ୍ଚାରେ ରହିଛି।

 

ସମ୍ବନ୍ଧିତ ଖବର