ବିଜେଡି ପ୍ରାର୍ଥୀ ଯୋଗେଶଙ୍କ ପ୍ରଚାର ଜୋର୍‌ ଧରିଛି

ଜୁଲମବାହାଲରେ ବିଶାଳ ମିଶ୍ରଣ ପର୍ବ

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର ବିଜୁ ଜନତା ଦଳ ପ୍ରାର୍ଥୀ ଯୋଗେଶ କୁମାର ସିଂହଙ୍କ ପ୍ରଚାର ଜୋର୍‌ ଧରିଛି। ଗାଁକୁ ଗାଁ ଯାଇ ଶ୍ରୀ ସିଂହ ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରୁଛନ୍ତି। ଏହି ସମୟରେ ଲୋକେ ଗାଁର ବିଭିନ୍ନ ସମସ୍ୟା ଜଣାଇ ତାଙ୍କ ହସ୍ତକ୍ଷେପ ଲୋଡ଼ୁଥିବା ଦେଖାଯାଉଛି। ରବିବାର ହେମଗିର ବ୍ଲକ ଅନ୍ତର୍ଗତ ଆଙ୍କେଲବିରା ପଞ୍ଚାୟତର ସିଙ୍ଗାରିବାହାଲ, ଦାଘୋରା, ଆଙ୍କେଲବିରା, ଭାଲୁବାହାଲ, ରୋହିଣୀ, ବରବାହାଲି, କେଶେରଜିମା, ରାଇଚୁଆଁ ଠାରେ ପ୍ରଚାର କରିଥିଲେ ଯୋଗେଶ। ଏହି ଅବସରରେ ଜୁଲୁମବାହାଲ ପଞ୍ଚାୟତରେ ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଶହେରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଥିଲେ। ଯୋଗେଶ ଗାଁରେ ପହଞ୍ଚିବା ପରେ ମହିଳାମାନେ ତାଙ୍କ ଗୋଡ଼ ଧୋଇ ପାଛୋଟି ନେଇଥିଲେ।

ଗ୍ରାମବାସୀ ବିଭିନ୍ନ ସମସ୍ୟା ଜଣାଇଥିଲେ। ଯୋଗେଶ ସମସ୍ତ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବା ସହ ନବୀନ ସରକାରଙ୍କ ବିକାଶ ତାଲିକା ଉପସ୍ଥାପନ କରିଥିଲେ। ଆସନ୍ତା ସାଧାରଣ ନିର୍ବାଚନରେ ଲୋକସଭା ଓ ବିଧାନସଭାରେ ଶଂଖ ଚିହ୍ନରେ ଇଭିଏମ ବଟନ୍ ଟିପି ବିଜୟୀ କରାଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଅନୁରୋଧ କରିଥିଲେ। ମହିଳାମାନେ ହୁଳୁହୁଳି ଓ ପୁରୁଷମାନେ କରତାଳି ଦେଇ ଯୋଗେଶଙ୍କୁ ସମର୍ଥନ ଜଣାଉଥିବା ଦେଖାଯାଇଥିଲା । ପ୍ରଚାରରେ ହେମଗିର ବ୍ଲକ୍ ସଭାପତି ସୁକାନ୍ତ ପତି, ବରିଷ୍ଠ ନେତା କାଶୀନାଥ ରାଉତ, ଜୁଲୁମବାହାଲ ସରପଞ୍ଚ ଶେଫାଳି ଭୋଇ, ସମିତିସଭ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର ଭୋଇ, ଆଙ୍କେଲବିରା ସରପଞ୍ଚ ଥଇଚରଣ ସା, ସୁନୀଳ ପାଟ୍ଟଯୋଷୀ, ମୁସ୍ତାକ ଅହମଦ, ରୁଦ୍ର ପ୍ରଧାନ, ପ୍ରକାଶ ବହିଦାର, ପ୍ରମୋଦ ପତି, ମୁରଲୀ ବଞ୍ଛୋର, ପୂର୍ବତନ ସରପଞ୍ଚ ସାଲେକରାମ ଧୃଆ, ପ୍ରମୋଦ ବିଶ୍ଵାଳ, ହରି ପ୍ରସାଦ ପ୍ରଧାନ, କୁନା ପାଢ଼ୀ, ଅନିଲ ସାହୁ, ସରୋଜ ପାଟ୍ଟଯୋଷୀ, ଗଣେଶ ବିଶ୍ଵାଳ, ମନବୋଧ ବିଶ୍ଵାଳ, ଗଙ୍ଗାରାମ ବିଶ୍ଵାଳ, ନିଶାମଣି ସାହୁ, ତପନ ଧୃଆ, ରଞ୍ଜିତ ପୃଷେଠ, ଦାଶରଥି ବାଘ, ମିଶ୍ର ବାବୁ, ଅମୂଲ୍ୟ ବାବୁ ଯୋଗେଶଙ୍କ ବିଜୟ ପାଇଁ ସଂକଳ୍ପ କରିଥିଲେ।

ସମ୍ବନ୍ଧିତ ଖବର