ଜୁନ୍ ୨୬ରେ ମହାନଦୀ ଜଳବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ : ଆସନ୍ତା ଜୁନ୍ ୨୬ରେ ମହାନଦୀ ଜଳବିବାଦ ମାମଲାର ଶୁଣାଣି ହେବ। ଏନେଇ ଗୁରୁବାର ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ରେଜିଷ୍ଟ୍ରାର୍‌ଙ୍କ ପକ୍ଷରୁ ସୂଚିତ କରାଯାଇଛି।

ଉଲ୍ଲେଖଯୋଗ୍ୟ, କୋଭିଡ୍ ମହାମାରୀର ପ୍ରକୋପ ବୃଦ୍ଧି ତଥା ଲକ୍‌ଡାଉନ୍ କଟକଣା ଯୋଗୁଁ ଏପ୍ରିଲ୍‌ ୧୦ ତଥା ଚଳିତ ମାସ ୮ ତାରିଖର ଶୁଣାଣିକୁ ଟ୍ରିବ୍ୟୁନାଲ୍‌ ସ୍ଥଗିତ କରିଦେଇଥିଲେ। ଟ୍ରିବ୍ୟୁନାଲ୍‌ର ବିଚାରପତିଙ୍କ ଉପସ୍ଥିତ ତଥା ପାରିପାର୍ଶ୍ବିକ ଅବସ୍ଥାକୁ ଦୃଷ୍ଟିରେ ରଖି ଜୁନ୍ ୨୬ରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ମହାନଦୀ ଜଳବିବାଦ ମାମଲାର ଜୁନ୍ ୨୬ ଶୁଣାଣି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହେବ ବୋଲି ରେଜିଷ୍ଟ୍ରାର ସୂଚିତ କରିଛନ୍ତି।

ସମ୍ବନ୍ଧିତ ଖବର