ମହାରାଷ୍ଟ୍ରରେ ବଦଳିଲା ନିୟମ: ଦିନ ୧୧ଟା ପର୍ଯ୍ୟନ୍ତ ଖୋଲିବ ତେଜରାତି ଦୋକାନ, ରାତି ୮ଟା ପରେ ଖାଦ୍ୟ ଡେଲିଭରୀ ବନ୍ଦ

ମୁମ୍ବାଇ: କରୋନା ସଂକ୍ରମଣକୁ ଦେଖି ଆଜି ମହାରାଷ୍ଟ୍ର ସରକାର କରୋନା କଟକଣାରେ ପରିବର୍ତ୍ତନ ଆଣିଛନ୍ତି। ପୂର୍ବରୁ ରାତି ୮ଟା ପରେ ମଧ୍ୟ ଖାଦ୍ୟର ହୋମ ଡେଲଭରୀକୁ ମହାରାଷ୍ଟ୍ର ସରକାର ଅନୁମତି ଦେଇଥିବା ବେଳେ ଏବେ ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ରାତି ୮ଟା ପରେ କୌଣସି ଅନଲାଇନ ଖାଦ୍ୟ ବିତରଣ କମ୍ପାନି ଖାଦ୍ୟ ଡେଲିଭର କରିପାରିବେନି। ଏହା ସହ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ତେଜରାତି ଦୋକାନ ଖୋଲା ରହିବ। ଲୋକେ ଏହି ସମୟରେ ବାହାରକୁ ଯାଇ ଜରୁରୀ ଜିନିଷ କିଣିପାରିବେ।

Maharashtra curfew restrictions
indiatoday

ପୂର୍ବରୁ ସମସ୍ତ ଖାଦ୍ୟ ସାମଗ୍ରୀ, ପନିପରିବା ଦୋକାନ, ଦୁଗ୍ଧ ଓ ଫଳ ବିକ୍ରେତାଙ୍କୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଥିବା ବେଳେ ଏବେ ମାତ୍ର ୪ଘଣ୍ଟା ପର୍ଯ୍ୟନ୍ତ ସେମାନେ ନିଜ ଦୋକାନ ଖୋଲି ପାରିବେ। ଗତକାଲି ମହାରାଷ୍ଟ୍ର ସରକାରଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଲୋକମାନେ ଦିନସାରା ଜରୁରୀ ଜିନିଷ କିଣିବା ନାଁରେ ବଜାର ସ୍ଥାନଗୁଡିକୁ ଭିଡ କରୁଥିବା ନେଇ ଆଲୋଚନା କରାଯାଇଥିଲା। ଆଲୋଚନା ପରେ ଦୋକାନ ଖୋଲିବାର ସମୟସୀମାକୁ ଏବେ କମ କରିଦିଆଯାଇଛି।

ସମ୍ବନ୍ଧିତ ଖବର