ଯଦି ଧାରା ୩୭୦କୁ ହଟାଇ ଦିଆଯାଏ, ତେବେ ଭାରତ ସହ ଜମ୍ମ-କାଶ୍ମୀରର ସଂପର୍କ ମଧ୍ୟ ଶେଷ ହୋଇଯିବ : ମେହବୁବା ମୁଫତି

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପିଡିପି ପ୍ରମୁଖ ମେହବୁବା ମୁଫତି ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ନେଇ ବଡ ବୟାନ ଦେଇଛନ୍ତି । ମେହବୁବା କହିଛନ୍ତି, ଯଦି ଧାରା ୩୭୦କୁ ହଟାଇ ଦିଆଯାଏ ତେବେ ଭାରତ ସହ ଜମ୍ମୁ-କାଶ୍ମୀରର ସମସ୍ତ ସଂପର୍କ ଶେଷ ହୋଇଯିବ । ଧାରା ୩୭୦ ଅନୁଯାୟୀ ଜମ୍ମୁ-କାଶ୍ମୀର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଛି ।

ପିଡିପି ପ୍ରମୁଖ ମେହବୁବା କହିଛନ୍ତି, ଯଦି ଧାରା ୩୭୦କୁ ଜମ୍ମୁ-କାଶ୍ମୀରରୁ ହଟାଇ ଦିଆଯାଏ ତେବେ ଏହି ମୁସଲିମ ବହୁଳ ରାଜ୍ୟ ଭାରତ ସହ ମିଶି ରହିବାକୁ ପସନ୍ଦ କରିବ ନାହିଁ । ଯଦି ଧାରା ୩୭୦କୁ ହଟାଇ ଦିଆଯାଏ ତେବେ ଭାରତ ସହ ଜମ୍ମୁ-କାଶ୍ମୀରର ସମ୍ବନ୍ଧକୁ ପୁଣିଥରେ ସଙ୍ଗଠିତ କରିବାକୁ ପଡିବ । ଯେଉଁଥିରେ ଅନେକ ସର୍ତ୍ତ ରହିବ । ଏହାଦ୍ୱାରା କ’ଣ ମୁସଲିମ ବହୁଳ ରାଜ୍ୟ, ଆପଣଙ୍କ ସାଥୀରେ ରହିବାକୁ ଚାହିଁବେ ବୋଲି ପ୍ରଶ୍ନ କରିଛନ୍ତି ।
ଏହାପୂର୍ବରୁ ମେହବୁବା ମୁଫତି ମଝିରେ ମଝିରେ ସମ୍ବିଧାନର ଅନୁଚ୍ଛେଦ ୩୫ ଏ ଓ ଅନୁଚ୍ଛେଦ ୩୭୦କୁ ଅନେକ ସମୟରେ ବିବାଦୀୟ ବୟାନ ଦେଇ ଆସିଛନ୍ତି । ଏପରିକି ଯଦି ଅନୁଚ୍ଛେଦ ୩୫ଏ ଉପରେ ହଟାଇ ଦିଆଯାଏ ତେବେ କାଶ୍ମୀରର ଲୋକ ତ୍ରିରଙ୍ଗା ବଦଳରେ କେଉଁ ପତାକା ଉଠାଇ ଦେବେ ତାହା ତାଙ୍କୁ ଜଣାନାହିଁ । ଏପରିକି ୧୯୪୭ ମସିହାରୁ ଯାହା ହୋଇନାହିଁ ତାହା ଦେଖିବାକୁ ପଡିପାରେ ବୋଲି ଧମକ ଦେଇଥିଲେ ।
ସମ୍ବନ୍ଧିତ ଖବର