ଏଣିକି ଅଧିକ ସ୍ବାଦିଷ୍ଟ ହେବ ମଧ୍ୟାହ୍ନଭୋଜନ

ନୂଆଦିଲ୍ଲୀ : ମଧ୍ୟାହ୍ନଭୋଜନକୁ ଅଧିକ ପୁଷ୍ଟିକର ଓ ସ୍ବାଦିଷ୍ଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଏକ ବଡ଼ ‌ଯୋଜନା ପ୍ରସ୍ତୁତ କରିଛନ୍ତି। ଏଣିକି ସ୍କୁଲ୍‌ ପିଲାଙ୍କ ଥାଳିରେ ପରସା ଯାଉଥିବା ଖାଦ୍ୟ କେବଳ ସ୍ବାଦିଷ୍ଟ ନୁହେଁ, ପୁଷ୍ଟିକର ମଧ୍ୟ ହେବ।

ସୂଚନା ଅନୁସାରେ, ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରୁଥିବା ପାଚିକା ଓ ସହଯୋଗୀଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଫୁଡ୍ ସେଫ୍‌ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡ ଅଥୋରିଟି ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ଦ୍ୱାରା ପ୍ରଶିକ୍ଷିତ କରାଯିବ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୧୦ଟି ଜିଲ୍ଲା ସମେତ ଦେଶର ୪୦୦ଟି ଜିଲ୍ଲାରେ ଏହି ଯୋଜନାକୁ ଆରମ୍ଭ କରାଯିବ । ପ୍ରତ୍ୟେକ ଜିଲ୍ଲାରେ ୫୦ଜଣ ‌ରାଷେୟାଙ୍କୁ ପ୍ରଶିକ୍ଷିତ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର