ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟବହୃତ ହୋଇଥିବା ଦଉଡ଼ିରେ ଫସି ବାଇକ ଚାଳକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କେରଳର କୋଚିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼‌ାକଡ଼ି କରାଯାଇଥିଲା। ମୋଦୀଙ୍କ ସୁରକ୍ଷା ପାଇଁ ବାରିକେଟ ଭାବେ ବ୍ୟବହୃତ ହୋଇଥିବା ଦଉଡିରେ ଜଣେ ବାଇକ ଆରୋହୀ ଫସି ଯାଇଥିଲେ। ଏହି ଘଟଣାରେ ଉକ୍ତ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି। ମୃତ ବାଇକ ଆରୋହୀଙ୍କ ନାମ ମନୋଜ ଉନି ସେ ବଡ଼ୁଥାଲାରେ ବସବାସ କରୁଥିବା ଜଣାପଡ଼ିଛି।

ମୃତକ ମନୋଜ ଉନିଙ୍କର ସମ୍ପର୍କୀୟମାନେ ଅଭିଯୋଗ କରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବାରିକେଟ ଭାବେ ଦଉଡି ବନ୍ଧା ଯାଇଥିଲା। ତେବେ ରାସ୍ତାରେ ଏଭଳି ଦଉଡ଼ି ବନ୍ଧା ଯିବା ନେଇ କୌଣସି ସୂଚନା ଦିଆଯାଇ ନଥିଲା। ଗତ ରବିବାର ରାତି ୧୦ଟା ପାଖାପାଖି ହେବ ମନୋଜ ଘରକୁ ଫେରୁଥି‌ଲେ।

ଅନ୍ଧାର ହୋଇଥିବାରୁ ରାସ୍ତାରେ ଦଉଡ଼ି ବନ୍ଧା ଯାଇଥିବା ମନୋଜ ଦେଖି ପାରି ନଥିଲେ। ଫଳରେ ସେ ବାଇକ ସହ ଦଉଡ଼ିରେ ପିଟି ହୋଇ ରାସ୍ତାକୁ  ଝଟିକି ପଡ଼ିଥିଲେ। ଘଟଣାସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ଓ ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥି‌ଲେ ହେଁ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ। ଏହି ଘଟଣା ସ୍ଥାନୀୟଅଞ୍ଚଳରେ ଶୋକରଛାୟା ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର