ସରକାରଙ୍କ ସହ ମତପାର୍ଥକ୍ୟ ବିଦ୍ରୋହ ଉଦ୍ରେକକାରୀ ନୁହେଁ କହି ଫାରୁକ୍‌ ଅବ୍ଦୁଲ୍ଲାଙ୍କ ବିରୋଧରେ ଆଗତ ପିଟିସନ୍‌ ଖାରଜ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟ ଲାଗି ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍ଦୁଲ୍ଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଗତ ପିଟିସନ୍‌କୁ ଅଗ୍ରାହ୍ୟ କରି ବୁଧବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ସରକାରଙ୍କ ସହ ମତପାର୍ଥକ୍ୟ ହେବା ବିଦ୍ରୋହ ଉଦ୍ରେକକାରୀ କାର୍ଯ୍ୟକଳାପ ନୁହେଁ।

ବିଚାରପତି ସଞ୍ଜୟ କିଷନ୍‌ କୌଲ ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି। ପିଟିସନ୍‌କୁ ଖାରଜ କରି ଖଣ୍ଡପୀଠ କହିଲେ, ସରକାରଙ୍କ ମତ ବିରୋଧରେ ଦିଆଯାଉଥିବା ଭିନ୍ନ ମତକୁ ବିଦ୍ରୋହ ଉଦ୍ରେକକାରୀ ବୋଲି କୁହାଯାଇ ପାରିବ ନାହିଁ।

Image Courtesy of Hindustan Times

ଏଭଳି ପିଟିସନ୍‌ ଦାଏର କରିଥିବା କାରଣରୁ ୫୦,୦୦୦ ଟଙ୍କାର ଜରିମାନା ଜମା କରିବାକୁ ଖଣ୍ଡପୀଠ ଆବେଦନକାରୀ ରଜତ ଶର୍ମା ଏବଂ ନେହା ଶ୍ରୀବାସ୍ତବଙ୍କୁ ନିର୍ଦେଶ ଦେଇଛନ୍ତି।

୨୦୨୦ରେ ଏକ ଦୂରଦର୍ଶନ ସାକ୍ଷାତ୍‌କାରରେ ଅବ୍ଦୁଲ୍ଲା କହିଥିଲେ ଯେ, ଚୀନ୍‌ ସମର୍ଥନ ବଳରେ ସମ୍ବିଧାନର ଧାରା ୩୭୦ ପୁନର୍ବାର ଲାଗୁ କରିବା ତାଙ୍କର ଇଚ୍ଛା । ସେ ଏହା ମଧ୍ୟ କହିଥିଲେ ଯେ, ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିରେ ଚୀନ୍‌ ଅସନ୍ତୁଷ୍ଟ।

ଏଭଳି ମତପୋଷଣ କରିଥିବାରୁ ତାଙ୍କର ସାଂସଦ ପଦ ମଧ୍ୟ ରଦ୍ଦ କରାଯାଉ ବୋଲି ଆବେଦନକାରୀମାନେ ଏହି ପିଟିସନ୍‌ରେ ଦାବି କରିଥିଲେ।

ସମ୍ବନ୍ଧିତ ଖବର