ଏହି ମସିହା ବେଳକୁ ଓଡ଼ିଶାର ପାରାଦୀପକୁ ଗିଳିଦେଇଥିବ ସମୁଦ୍ର: ନାସା

ଭୁବନେଶ୍ୱର: ଶୀର୍ଷକ ପଢି ଆପଣ ଏହାକୁ ହସରେ ଉଡାଇଦେଇପାରନ୍ତି କିନ୍ତୁ ଏହା ଏକଦମ ସତ | ଆଉ କିଛି ବର୍ଷ ପରେ ସମୁଦ୍ର ଭିତରେ ଥିବ ପାରାଦୀପ | ସମୁଦ୍ରର ଅଧା ଫୁଟରୁ ତିନି ଫୁଟ ତଳେ ଥିବ ଓଡ଼ିଶାର ବନ୍ଦର ଇଲାକା ପାରାଦୀପ | କିଛି ଏଭଳି ଅନୁମାନ କରିଛି ଆମେରିକା ଅନ୍ତରୀକ୍ଷ ଏଜେନ୍ସି ‘ନାସା’ | ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏକ ରିପୋର୍ଟ ପ୍ରକାଶ କରିଛି | ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ୨୧୦୦ ମସିହା ବେଳକୁ ବିଶ୍ୱକୁ ଅତ୍ୟଧିକ ଉତ୍ତାପର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ସମୟ ମଧ୍ୟରେ, ଯଦି ଅଙ୍ଗାରକାମ୍ଳ ନିର୍ଗମନ ଏବଂ ପ୍ରଦୂଷଣ ବନ୍ଦ ନହୁଏ, ତେବେ ତାପମାତ୍ରା ୪.୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ | ଅର୍ଥାତ୍ ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ |

ଏପରି ପରିସ୍ଥିତିରେ ଯଦି ତାପମାତ୍ରା ବଢେ, ତେବେ ଏହା ସ୍ପଷ୍ଟ ଯେ ଗଛିତ ଥିବା ବରଫ ତରଳି ଯିବ ଏବଂ ଏହାର ଜଳ ସମତଳ ତଥା ସାମୁଦ୍ରିକ ଅଞ୍ଚଳରେ ବିନାଶ ଘଟାଇବ। ନାସାର ପ୍ରୋଜେକସନ ଟୁଲରେ ବିଶ୍ୱର ଏକ ମାନଚିତ୍ର ପ୍ରଦର୍ଶିତ କରାଯାଇଛି ଓ କେଉଁ ବର୍ଷରେ ପୃଥିବୀର କେଉଁ ଭାଗରେ ସମୁଦ୍ର ପତ୍ତନ ବୃଦ୍ଧି ପାଇବ ସେବାବଦରେ କୁହାଯାଇଛି | ସମଗ୍ର ବିଶ୍ୱରେ ଆଗାମୀ କିଛି ଦଶନ୍ଧି ମଧ୍ୟରେ କେତେ ଜଳ ସ୍ତର ବୃଦ୍ଧି ହେବ ସେ ନେଇ ନାସା ଏକ ସ୍ୱତନ୍ତ୍ର ଟୁଲ(ମାନଦଣ୍ଡ) ପ୍ରସ୍ତୁତ କରିଛି |

ଏହା ମାଧ୍ୟମରେ ପୃଥିବୀର ସମସ୍ତ ଦେଶର ସମୁଦ୍ର ପତ୍ତନ ମାପ କରାଯାଇପାରେ। ଏହି ରିପୋର୍ଟରେ କୁହାଯାଇଛି ଯେ ୨୧୦୦ ମସିହା ସୁଦ୍ଧା ଭାରତର ୧୨ଟି ସହର ଅଧା ଫୁଟରୁ ତିନି ଫୁଟ ସମୁଦ୍ରରେ ଲୀନ ହୋଇଯିବ | ୧୨ଟି ସହର ମଧ୍ୟରେ ଓଡ଼ିଶାର ପାରାଦୀପ ରହିବ ବୋଲି ନାସା ଆଶଙ୍କା କରିଛି | ପାରାଦ୍ୱୀପ ବ୍ୟତୀତ ଭାବନଗର, କୋଚି, ମୋରମୁଗାଓଁ, ଓଖା, ତୁତୀକୋରିନ୍, ମୁମ୍ବାଇ, ମାଙ୍ଗାଲୋର, ଚେନ୍ନାଇ ଓ ବିଶାଖାପାଟନମ୍ ରହିଛି | ଏହି ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଶର ପ୍ରମୁଖ ବନ୍ଦର ଅଛି |

ସମ୍ବନ୍ଧିତ ଖବର