ଅଭାବୀ ଗାଁ, ଧନୀ ନେତା: ଦାୟିତ୍ୱ ନେବାକୁ ହେଲିକପ୍ଟରରେ ଆସିଲେ ସରପଞ୍ଚ

ନାଗପୁର: ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ହେଲିକପ୍ଟରରେ ପହଁଚିଲେ ପ୍ରାର୍ଥୀ | ଆଜି ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ସଙ୍ଗମେନର ଅଂଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି | ଶପଥ ନେବାକୁ ନୂଆ ସରପଞ୍ଚ ସିଧାସଳଖ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ। ମିଳିଥିବା ସୂଚନା ମୁତାବକ ଆଜି ନବ ନିର୍ବାଚିତ ସରପଞ୍ଚଙ୍କୁ ସ୍ୱାଗତ କରିବାକୁ ଗ୍ରାମବାସୀ ସ୍ୱତନ୍ତ୍ର ଆୟୋଜନ କରିଥିଲେ |

ଶପଥ ଗ୍ରହଣ ସମାରୋହ ସଙ୍ଗମେନର ଅଂଚଳର ଅମ୍ବି ଦୁମାଲା ଗାଁରେ ଅନୁଷ୍ଠିତ ହୋଇଥିଲା | ଏହି ଗାଁର ଯୁବ ଉଦ୍ୟୋଗୀ ଜଲିନ୍ଦର ଗଗାରେ ପୁନେରେ ରୁହନ୍ତି | ଏକାଧିକ କମ୍ପାନୀ ପ୍ରତିଷ୍ଠା କରିଥିବା ଜଲିନ୍ଦର ବହୁ ସଂଖ୍ୟାରେ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦିଅନ୍ତି | ବ୍ୟବସାୟ ପାଇଁ ପୁନେରେ ରହୁଥିଲେ ନିଜ ଗାଁ ସହ ସବୁବେଳେ ସମ୍ପର୍କରେ ରୁହନ୍ତି | ଆଉ ଗାଁର ବିକାଶ କରିବାକୁ ଜଲିନ୍ଦର ଗାଁର ପଂଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ | ସରପଞ୍ଚ ପ୍ରାର୍ଥୀ ଭାବେ ଜଲିନ୍ଦର ଏକୁଟିଆ ହିଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ |

ଆଜି ଜଲିନ୍ଦର ନିର୍ଦ୍ବନ୍ଦରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ | ଆଉ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ହେଲିକପ୍ଟରରେ ଶପଥ ନେବାକୁ ପହଂଚିଥିଲେ | ତାଙ୍କୁ ସ୍ୱାଗତ କରିବାକୁ ଗ୍ରାମବାସୀ ସ୍ୱତନ୍ତ୍ର ଆୟୋଜନ କରିଥିଲେ | ଜଲିନ୍ଦରଙ୍କ କହିବା ମୁତାବକ ଗାଁର ବିକାଶ କରିବାକୁ ଦୀର୍ଘଦିନରୁ ସେ ସ୍ବପ୍ନ ଦେଖୁଥିଲେ, ଯାହାକି ଏବେ ସାକାର ହୋଇଛି |

ସମ୍ବନ୍ଧିତ ଖବର